ପୁଣି ଚର୍ଚ୍ଚାରେ ରାଣୀ ପଣ୍ଡା ।

ବ୍ୟୁରୋ : ଯେଉଁ ଖଣ୍ଡଗିରି ଯାତ୍ରାରୁ ରାଣୀ ପଣ୍ଡା ବିବାଦୀୟ ହୋଇଥିଲେ ସେହି ଖଣ୍ଡଗିରି ଯାତ୍ରାରେ ରାଣୀ ଦେଖାଇଛନ୍ତି ନିଜ ଡ୍ୟାନ୍ସର ଝଲକ । ନିଜେ ନାଚୁଥିଲେ ଆଉ ତଳେ ଥିବା ଦର୍ଶକ ରାଣୀ ପଣ୍ଡାଙ୍କ ନାଚ ଦେଖି ଝୁମୁଥିଲେ । ନିଜ ଜୀବନ କାହାଣୀକୁ ନେଇ ରଚିତ ନାଟକ ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ନାଟକ ଖଣ୍ଡଗିରିରେ ମଞ୍ଚସ୍ଥ ହୋଇଥିବା ବେଳେ ରାଣୀ ପଣ୍ଡା କୁଆଡେ ସବୁ ସୀମା ଟପି ଯାଇଥିବା ଆଲୋଚନା ହେଉଛି । ପୁଣି ରାଣୀ ପଣ୍ଡା କୁଆଡେ ସେହି ପୁରୁଣା ଫର୍ମାଟ କୁ ଫେରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ଯଦିଓ ଯୁବ ବର୍ଗ ରାଣୀ ପଣ୍ଡାଙ୍କ ନାଚ ଦେଖି ମନୋରଞ୍ଜନ ହେଉଥିଲେ ହେଲେ ପରିବାର ସହ ଯାଇଥିବା ଲୋକେ ଏଥିରେ ଆସୋନ୍ତୋସ ପ୍ରକାଶ କରିଥିବା କୁହା ଯାଉଛି । ରାଣୀ ପଣ୍ଡା ସାରା ଓଡ଼ିଶାରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେବେ ନିଜ ଡ୍ୟାନ୍ସ କୁ ନେଇ ତ କେବେ କାହାକୁ ସାହାଯ୍ୟ କରି ପୁଣି କେବେ ବିବାଦୀୟ ମନ୍ତବ୍ୟ ଦେଇ । ନିକଟରେ ରାଣୀ ପଣ୍ଡା ଅନୁଭବ ମହାନ୍ତିଙ୍କୁ ବିବାହ କରିବାକୁ ନେଇ କହିବା ପରେ ରାଣୀ ପଣ୍ଡା ଓ ଅନୁଭବ ମହାନ୍ତିଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ତେବେ ସେହି ଚର୍ଚ୍ଚା ଏବେ ଥମିଛି କି ନାହିଁ ପୁଣି ଖଣ୍ଡଗିରିରେ ଏଥର ରାଣୀ ପଣ୍ଡା ଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଅନ୍ୟପଟେ ରାଣୀ ପଣ୍ଡା ଙ୍କ ଜୀବନକୁ ନେଇ ପରିବେଷିତ ହେଉଥିବା ଏହି ନାଟକ ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା ନାଟକ ସାରା ଓଡ଼ିଶା ବାସୀ ଓ ଯାତ୍ରା ପ୍ରେମୀଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ନାଟକରେ ରାଣୀ ପଣ୍ଡାଙ୍କ ସଂଘର୍ଷ ଆଉ ସଫଳତା ଦେଖିବାକୁ ମିଳିଛି । କିପରି ଭାବେ ରାଣୀ ପଣ୍ଡା ଛୋଟ ଦିନୁ ଅନେକ ସମସ୍ୟା ଦେଇ ଆଗକୁ ଆସିଥିଲେ ତାହା ଏହି ନାଟକରେ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp