ପିଲାଙ୍କ ପାଇଁ ଆସିଲା ନୂଆ ସେଭିଙ୍ଗ ଆକାଉଣ୍ଟ

SBIର ନୂଆ ଯୋଜନା, ଯେଉଁଥିରେ ପିଲାଙ୍କ ପାଇଁ କରିପାରିବେ ନିବେଶ ଆଉ ପାଇବେ ବଢିଆ ବେନିଫିଟ୍ସ । ଏବେ ଛୋଟ ପିଲାମାନଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱତନ୍ତ୍ର ଫିଚର ଥିବା ଆକାଉଣ୍ଟ୍ ଆରମ୍ଭ ହୋଇଛି । ଏଥିରେ ଆପଣ ଏକ ଆକାଉଣ୍ଟ ଖୋଲି ପିଲାଙ୍କ ପାଇଁ ସଞ୍ଚୟ କରିପାରିବେ । ଯଦି ଆପଣଙ୍କ ଘରେ ପିଲା ଛୁଆ ଅଛନ୍ତି ତେବେ ଏବେଠାରୁ ସେମାନଙ୍କ ଭବିଷ୍ୟତ ପାଇଁ ଯୋଜନା ଆରମ୍ଭ କରନ୍ତୁ । ଆଉ ସେ ସମୟ ନାହିଁ ଯେବେ ଆପଣ ବଡ଼ ହେଲେ ଟଙ୍କା ସଞ୍ଚୟ କରିବେ ବୋଲି ପ୍ଲାନ କରୁଥିଲେ । ଏବେ ଆସିଛି ନୂଆ ଆଧୁନିକ ଯୁଗ । ଏବେ ଆପଣ ନିଜ ପିଲାଙ୍କ ପାଇଁ ସ୍ପଶଲ ଫିଚର ସହିତ ଏକ ବ୍ୟାଙ୍କ ଆକାଉଣ୍ଟ ଗିଫ୍ଟ କରିପାରିବେ । ଆପଣ ଭାବୁଥିବେ ବ୍ୟାଙ୍କ ଆକାଉଣ୍ଟ କୁ ଗିଫ୍ଟ କରିବାର ମାନେ ? ଏବେ ଛୋଟ ପିଲାମାନଙ୍କ ପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ସ୍ୱତନ୍ତ୍ର ଫିଚର ଥିବା ଆକାଉଣ୍ଟ୍ ଆରମ୍ଭ ହୋଇଛି । ଏଥିରେ ଆପଣ ଏକ ଆକାଉଣ୍ଟ ଖୋଲି ପିଲାଙ୍କ ପାଇଁ ସଞ୍ଚୟ କରିପାରିବେ ।

ନୂଆ ଯୋଜନା ଅଧୀନରେ ଟଙ୍କା ଟ୍ରାନ୍ସଫର ପାଇଁ ସୀମା ମଧ୍ୟ ସ୍ଥିର କରାଯାଇଛି। ଏସବିଆଇରେ ଏଥିପାଇଁ ସୀମା ମଧ୍ୟ ସ୍ଥିର କରିଛି । ଏହି ଫିଚର ସହିତ ପିଲା ଅନାବଶ୍ୟକ ଭାବରେ ଖର୍ଚ୍ଚ କରିପାରିବେ ନାହିଁ । ନାବାଳକ ପିଲାମାନଙ୍କ ପାଇଁ ଏସବିଆଇ ଦୁଇ ପ୍ରକାରର ଆକାଉଣ୍ଟ୍ ପ୍ରଦାନ କରୁଛି । ଏହା ଅଧୀନରେ ଆପଣ ପେହେଲା କଦମ ମାନେ ପ୍ରଥମ ସୋପାନ ଏବଂ ଦ୍ୱିତୀୟରେ ପେହେଲା ଉଡାନ ମାନେ ପ୍ରଥମ ଉଡାଣ ଆକାଉଣ୍ଟ ଖୋଲିପାରିବେ ।

ପ୍ରଥମ ସୋପାନ ଆକାଉଣ୍ଟ :

ଏସବିଆଇ ଏହି ଆକାଉଣ୍ଟରେ ଅନେକ ପ୍ରକାରର ଫିଚର ପ୍ରଦାନ କରେ । ଏଥିରେ ପିତାମାତା କିମ୍ବା ଅଭିଭାବକମାନେ ଯେକୌଣସି ବୟସର ନାବାଳକ ପିଲାମାନଙ୍କ ସହିତ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ । ଆକାଉଣ୍ଟ୍ ପିତାମାତା, ଅଭିଭାବକ କିମ୍ବା ନିଜେ ପିଲା ଦ୍ୱାରା ପରିଚାଳିତ ହୋଇପାରିବ । ଖାତା ଖୋଲିବାରେ ଏଟିଏମ୍ ମଧ୍ୟ ଦିଆଯାଏ । ଏଟିଏମ୍ କାର୍ଡ ନାବାଳକ ଶିଶୁ ଏବଂ ଅଭିଭାବକଙ୍କ ନାମରେ ରହିଥାଏ । ଆକାଉଣ୍ଟରୁ ୫୦୦୦ ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ଏହା ବ୍ୟତୀତ ଆପଣ ଏଥିରେ ଦୈନିକ ୨,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ ।

ପ୍ରଥମ ଉଡାନ ଆକାଉଣ୍ଟ :

ଏହି ଯୋଜନା ଅଧୀନରେ ୧୦ ବର୍ଷରୁ ଅଧିକ ପିଲାମାନଙ୍କର ଆକାଉଣ୍ଟ ଖୋଲାଯାଇପାରିବ । ଏହି ଖାତାରେ ସେମାନଙ୍କର ସାଇନ୍ ଇନ୍ କରିବା ଆବଶ୍ୟକ ପଡିବ । ପିଲାମାନେ ଏହି ଆକାଉଣ୍ଟକୁ ନିଜେ ପରିଚାଳନା କରିପାରିବେ । ପିଲାମାନେ ଏଥିରେ ଥିବା ଏଟିଏମ୍ କାର୍ଡର ସୁବିଧା ମଧ୍ୟ ପାଇଥା’ନ୍ତି । ଏହା ସହିତ ଆପଣ ପ୍ରତିଦିନ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ମୋବାଇଲ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆପଣ ପ୍ରତିଦିନ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର କରିପାରିବେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp