ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର

ଦିଲ୍ଲୀର ଚିକିତ୍ସିତ ହେଉଥିବା ଓଲିଉଡ୍‌ ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେବି ଗୁରୁତର ରହିଛି । ଦିଲ୍ଲୀର ଏକ ବେସରକାରୀ ହସପିଟାଲରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ହାଇଦ୍ରାବାଦ୍‌ କିମ୍ବା ଚେନ୍ନାଇ ସ୍ଥାନାନ୍ତର କରାଯିବ । ଲିଭର ସିରୋସିସ୍‌ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା । ଏଥିପାଇଁ କୌଣସି ଡୋନର ମିଳୁ ନାହାନ୍ତି । ଅପରେସନ୍‌ ପାଇଁ ଅର୍ଥର ଅଭାବ ରହିଛି ବୋଲି ପିଣ୍ଟୁଙ୍କ ଭାଇ ସୂଚନା ଦେଇଛନ୍ତି ।ଓଡ଼ିଆ ଫିଲ୍ମରେ ଦୀର୍ଘ ବର୍ଷ ହେବ ସକ୍ରିୟ ଅଛନ୍ତି ପିଣ୍ଟୁ ନନ୍ଦ। କେତେବେଳେ ଖଳନାୟକ ତ ଆଉ କେତେବେଳେ ସହ ନାୟକ ପୁଣି କେବେ ହାସ୍ୟ ଅଭିନେତା ଭାବେ ଦର୍ଶକଙ୍କ ମଧ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। କ୍ୟାରିଅରର ଆରମ୍ଭରେ ଆଲବମ ଗୀତ ଏ ଗଉରା ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp