ପିଣ୍ଟୁ ନନ୍ଦଙ୍କୁ କେତେ ସାହାଯ୍ୟ କଲେ ବଡ ବଡ ଅଭିନେତା ।
ଓଡ଼ିଆ ସିନେ ଜଗତରେ ଅନେକ ଜଣ ଅଭିନେତାରୁ ରାଜ ନେତା ହୋଇଛନ୍ତି । ଓଡ଼ିଆ ସିନେ ଜଗତରେ ଅନେକ କଳାକାର ଟଙ୍କାର ପାହାଡ ଉପରେ ବସିଛନ୍ତି । କିଏ ବିଧାୟକ ତ ଆଉ କିଏ ସାଂସଦ ମଧ୍ୟ ଅଛନ୍ତି । କିଏ ସମାଜ ସେବା କରୁଛନ୍ତି ତ ଆଉ କିଏ ସମାଜ ସେବା କରି ସବୁବେଳେ ଚର୍ଚ୍ଚାକୁ ଆଶୁଛନ୍ତି । ହେଲେ ଦୁଃଖର କଥା ସେହି ଓଡ଼ିଆ ସିନେ ଜଗତର ଜଣେ ଅଭିନେତା ଅନେକ ବର୍ଷ ଧରି ସିନେମା ଜଗତ ସହିତ ଜଡ଼ିତ ଥିବାବେଳେ ତାଙ୍କ ଚିକିତ୍ସା ପାଇଁ ସେ ଓଡ଼ିଶା ବାସୀଙ୍କ ଆଗରେ ହାତ ପାତୁଛନ୍ତି । କଣ ଏତେ ବଡ ବଡ ଅଭିନେତା ମାନେ 50 ଲକ୍ଷ ଟଙ୍କା ସାହାଯ୍ୟ କରିବାକୁ ଅସମର୍ଥ । ଯଦି ଅର୍ଧେନ୍ଦୁ 10 ଲକ୍ଷ ଟଙ୍କା ଦାନ କରି ତାଙ୍କ ବଡ ହୃଦୟର ପରିଚୟ ଦେଇ ପାରିଲେ ତାହାଲେ ବଡ ବଡ ଅଭିନେତା ମାନେ ପିଣ୍ଟୁ ନନ୍ଦଙ୍କୁ କେତେ ଟଙ୍କା ସାହାଯ୍ୟ କଲେ ତାହା ମଧ୍ୟ ସାମ୍ନାକୁ ଆସିବା ଦରକାର । ଯଦି 10 ଜଣ ଅଭିନେତା ରୁ ରାଜନେତା ହୋଇଥିବା ପିଣ୍ଟୁ ନନ୍ଦଙ୍କ ଓଡ଼ିଆ ସିନେ ଜଗତର ଭାଇ ମାନେ ପିଣ୍ଟୁ ଙ୍କୁ ସାହାଯ୍ୟର ହାତ ବଢ଼ାଇ ଥାନ୍ତେ ତେବେ ବୋଧେ ହୁଏ ପିଣ୍ଟୁ ନନ୍ଦ ସାହାଯ୍ୟ ପାଇଁ ଅନ୍ୟ ଆଗରେ ହାତ ପାତି ନଥାନ୍ତେ ବୋଲି ଲୋକେ ଆଲୋଚନା କରୁଛନ୍ତି ।
ପିଣ୍ଟୁ ନନ୍ଦଙ୍କର ଏପରି ଅବସ୍ଥା ହୋଇଯାଇଥିଲା ଯେ ସେ ଦିଲ୍ଲୀ ଯିବା ପୂର୍ବରୁ ଆଉ ଥରେ ସାରା ଓଡ଼ିଶା ବାସୀଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କରିକି ଗଲେ ତେବେ ଏଥିରୁ ଅନୁମାନ କରାଯାଇ ପାରେ ଯେଉଁ ମାନେ ନିଜ କଳାକାର ପରିବାରର ଜଣେ ଅଭିନେତା ଭାଇକୁ ସାହାଯ୍ୟ କରିବାରେ ଅସମର୍ଥ ସେ କେଉଁ ଭଳି ଭାବେ ସମାଜ ସେବା ଜନତାଙ୍କ ସେବା କରୁଥିବେ ।