‘ପାପାଙ୍କୁ କିଛି ହେଲା,ତ ମୁଁ କାହାକୁ ଛାଡିବି ନାହିଁ’ :ରୋହିଣୀ ଆଚାର୍ଯ୍ୟ
ମୋ ବାପାଙ୍କୁ ଲଗାତର ହଇରାଣ କରାଯାଉଛି। ଯଦି ମୋ ବାପାଙ୍କୁ କିଛି ହୁଏ ତେବେ ଦିଲ୍ଲୀର ଚୌକି ଦୋହଲାଇ ଦେବି।’ ଏଭଳି କିଛି ଧମକ ଦେଇଛନ୍ତି ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ।ରେଳବାଇରେ ଚାକିରି ଦେବା ନାଁରେ ଜମି ଦୁର୍ନୀତି ମାମଲାରେ ଆଜି ସିବିଆଇ ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜେରା କରୁଛି। ଏହାକୁ ବିରୋଧ କରିଛନ୍ତି ତାଙ୍କ ଝିିଅ ରୋହିଣୀ। ସେ ଟ୍ୱିଟ୍ କରି କେନ୍ଦ୍ରୀୟ ତଦନ୍ତ ଅଧିକାରୀଙ୍କ ଉପରେ ଜୋରଦାର ବର୍ଷିବା ସହ ଧମକ ଦେଇଛନ୍ତି।
କହି ରଖୁଛୁ, ସିବିଆଇ ଲ୍ୟାଣ୍ଡ ଫର ଜବ ସ୍କାମରେ ପଚରାଉଚରା ପାଇଁ ଲାଲୁଙ୍କୁ ସମନ ପଠାଇଥିଲା। ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ନେଇ ଲାଲୁ ଯାଦବଙ୍କୁ ଆଜି ସିବିଆଇ ଦିଲ୍ଲୀରେ ପଚରାଉଚରା କରୁଛି। ତେବେ ଲ୍ୟାଣ୍ଡ ଫର ଜବ ସ୍କାମର ଏହି ମାମଲା ୧୪ ବର୍ଷ ପୁରୁଣା। ସେହି ସମୟରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ। ଅଭିଯୋଗ ମୁତାବକ, ଲାଲୁ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ରେଳୱେରେ ଲୋକଙ୍କୁ ଚାକିରି ଦେବା ବଦଳରେ ସେମାନଙ୍କ ଜମି ଲେଖେଇ ନେଇଥିଲେ।