ପାଣି ନପିଇବା ଦ୍ୱାରା କଣ ହୋଇଥାଏ |

ବ୍ୟୁରୋ :ଜଳ ହିଁ ଜୀବନ । ଏହା ବୋଧହୁଏ ସମସ୍ତେ ଜାଣିଛନ୍ତି, କିନ୍ତୁ ଏହି ତିନୋଟି ଶବ୍ଦର ଗମ୍ଭୀରତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ଯଦି ବିଜ୍ଞାନକୁ ବିଶ୍ୱାସ କରାଯାଏ, ତେବେ କମ୍ ପାଣି ପିଉଥିବା ଲୋକମାନଙ୍କୁ ଅନେକ ଗୁରୁତର ରୋଗ ହେବାର ଆଶଙ୍କା ରହିଥାଏ । ତେବେ ଡିହାଇଡ୍ରେସନ୍ ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେଉଥିବା ଆପଣମାନେ ବି ଅନେକ ମାମଲାରେ ଦେଖିଥିବେ । ଶରୀରରେ କୌଣସି ଇନଫେକ୍ସନ ହେଲେ ଡାକ୍ତରମାନେ ଅଧିକରୁ ଅଧିକ ପାଣି ପରିମାଣରେ ପିଇବାକୁ କହିଥାନ୍ତି । ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବାରେ ଅବହେଳା କରନ୍ତି । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।ମଧ୍ୟମ ବୟସର ଲୋକ ଯେଉଁମାନଙ୍କର ରକ୍ତରେ ସେରମ୍ ସୋଡିୟମ୍ ଅଧିକ ଥାଏ, ସେମାନଙ୍କୁ ଗୁରୁତର ରୋଗ ହେବାର ଆଶଙ୍କା ଥାଏ ।ଏହା ବି ଜଣାପଡିଲା ଯେ ଫିଜିକାଲ ଆକ୍ଟିଭିଟୀ, ପ୍ରପର ନ୍ୟୁଟ୍ରିସନ୍‌ ଏବଂ ହାଇଡ୍ରେସନ୍‌ ଦୀର୍ଘାୟୁ ଏବଂ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଜଳ |

ଶରୀରରେ ପାଣି ଅଭାବରୁ କି କି ରୋଗ ହୋଇଥାଏ ?

ମୁହଁ ରୁ ଦୁର୍ଗନ୍ଧ ଆସିବା:-ବହୁତ ଲୋକଙ୍କୁ ଲାଗେ କିଛି ଖାଇ ସାରିବା ପରେ ବ୍ରସ ନକଲେ ପାଟିରୁ ଦୁର୍ଗନ୍ଧ ବାହାରିଥାଏ।ମୁହଁରୁ ଦୁର୍ଗନ୍ଧ ବାହାରିବା ପାଣି ନପିଇବା ଦ୍ୱାରା ହୋଇଥାଏ।

ହଳଦିଆ ରଙ୍ଗର ପରିଶ୍ରା:-ଯେବେ କୌଣସି ବ୍ୟକ୍ତିକୁ ପରିଶ୍ରା କରିବା ସମୟରେ ତାକୁ ଜଳା ପୋଡା ହେବାରେ ଲାଗେ ଆଉ ଏ ସମୟରେ ପରିସ୍ରାର ରଙ୍ଗ ଅଳ୍ପ ହଳଦିଆ ଦେଖାଯାଏ ତେବେ ଜାଣିଯାଅନ୍ତୁ ଶରୀରରେ ପାଣିର ଅଭାବ ନିଶ୍ଚିନ୍ତ ଅଛି।

ଆଣ୍ଠୁ ଦରଜ ହେବା:-ପାଣି ଯେତେବେଳେ କମ ପିଆ ହୁଏ ତାହେଲେ ଆମକୁ ଆଣ୍ଠୁ ଗଣ୍ଠିରେ ଦରଜ ଓ ଅଣ୍ଟା ପିଠି ଭଳି ସ୍ଥାନରର ଦରଜ ଭଳି ସମସ୍ୟା ଆମ ଭିତରେ ଦେଖାଯାଇଥାଏ।

ବାରମ୍ବାର ଭୋକ ଲାଗିବା:-ଶରୀରରେ ପାଣି ଯେତେବେଳେ ଅଭାବ ହୋଇଥାଏ ସେତେବେଳେ ଆମକୁ ଶୋଷ ମଧ୍ୟ ଭୋକ ଭଳି ଲାଗିଥାଏ।

ଥକାପଣ ଲାଗିବା ଓ ସୁସ୍ତି ଅନୁଭବ ହେବା:-ପାଣିର ଅଭାବ ରେ ବ୍ୟକ୍ତି ଲମ୍ବା ସମୟ ପର୍ଯ୍ୟନ୍ତ ସୁସ୍ତ ଆଉ ଥକିଯାଇଥିବା ଅନୁଭବ କରିଥାଏ।

ଚର୍ମ ସୁସ୍କ ହେବା:-ସୁସ୍କ ତ୍ୱଚା ପାଣି ଅଭାବର ଗୋଟେ ସାଧାରଣ କାରଣ ଅଟେ।ପାଣିର ଅଧିକତା

ଶୋଷ ଲାଗିବା:-ବହୁତ ଲୋକଙ୍କୁ ଯେପର୍ଯ୍ୟନ୍ତ ଅତ୍ୟଧିକ ଶୋଷ ନଲାଗେ ସେ ପାଣି ପିଅନ୍ତି ଏମିତି କରିବା ଭୁଲ ଅଟେ।

ଆଖିରେ ସୁଖିଲା ପଣ:-ଆଖିରେ ସୁଖିଲା ପଣ ଆମକୁ ଭବିଷ୍ୟତରେ ଅନ୍ଧ କରିପାରେ।ଆମେ ଯେଉଁଭଳି ଫୋନରେ କିମ୍ବା କମ୍ପ୍ୟୁଟରରେ ଅଧିକ ସମୟ ଦେଉଛେ।ଆଉ ଏହା ଭିତରୁ ନାହାରୁଥିବା ରଶ୍ମି ଦୁଇଗୁଣ ହୋଇଯାଇଥାଏ।କମ ପାଣି ପିଉଥିବା ଲୋକଙ୍କର ଆଖି ସବୁବେଳେ ନାଲି ଓ ସୁଖିଲା ହୋଇଥାଏ।

୯.ପାଚନ ସମ୍ବନ୍ଧୀୟ ଅସୁବିଧା:-ଯାହାର ହଜମ ପ୍ରକ୍ରିୟା ଠିକ ଭାବରେ ହୋଇନଥାଏ ସେମାନଙ୍କୁ ପାଣି ଠିକ ଭାବରେ ପିଇବାର ଉପଦେଶ ଦିଆଯାଇଥାଏ।

ମାଂସପେଶୀ ହାନି:-ଯେଉଁମାନ ଯିମରେ ପରିଶ୍ରମ କରୁଛନ୍ତି ସେମାନଙ୍କୁ ଅଧିକରୁ ଅଧିକ ପାଣି ପିଇବା ଆଵଶ୍ୟକ ଅଟେ।

ତେଣୁ ପାଣି ସବୁ ଭିତର ଅଙ୍ଗ ଓ ବାହାୟ ଅଙ୍ଗ ସଠିକ ଭାବରେ କାର୍ଯ୍ୟ କରିବାକୁ ସାହାଯ୍ୟ କରିଥାଏ,ତେବେ ସାଧାରଣତଃ ଦିନକୁ ୨.୫ ରୁ ୩ (୮ ରୁ ୧୧ ଗ୍ଲାସ୍) ପାଣି ପିଇବା ନିହାତି ଆବଶ୍ଯକ

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp