ପାଣିପାଗର ପୂର୍ବାନୁମାନ ବଙ୍ଗୋପସାଗରରେ ଲଘୁଚାପ |
ଉତ୍ତର ପୂର୍ବ ବଙ୍ଗୋପସାଗର କିମ୍ବା ଉତ୍ତର ଆଣ୍ଡାମାନ ସାଗରରେ ଚଳିତ ସପ୍ତାହ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ବିଜ୍ଞାନୀ ଜାସନ୍ ନିକୋଲସ ।ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଉତ୍ତର ପୂର୍ବ ବଙ୍ଗୋପସାଗର କିମ୍ବା ଉତ୍ତର ଆଣ୍ଡାମାନ ସାଗରରେ ଚଳିତ ସପ୍ତାହ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ବିଜ୍ଞାନୀ ଜାସନ୍ ନିକୋଲସ । ତେବେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇନ ପାରେ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମିଆଁମାର ଓ ଦକ୍ଷିଣ ପୂର୍ବ ବାଂଲାଦେଶରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ପୂର୍ବାନୁମାନ କରାଯାଇନି ।