ପାଖରେ ଶୋଇଲା ଖେଳ କରି ଛାଡ଼ି ଦେଲା ।
ଦର୍ଶକ ବନ୍ଧୁ ଆପଣଙ୍କର ନିହାତି ଭାବେ ମନେ ଥିବ ନିକଟରେ ଗଞ୍ଜାମ ଜିଲ୍ଲାରେ ଏକ ପ୍ରେମୀ ଯୁଗଳଙ୍କ ବିବାହ କେଉଁ ଭଳି ରାସ୍ତା ଉପରେ ଗ୍ରାମବାସୀ ମାନେ କରାଇ ଥିଲେ । ଆମେ କହୁଛୁ ଗଞ୍ଜାମ ଜିଲ୍ଲାର ଟିନା ଓ ଦୁଷ୍ମନ୍ତଙ୍କ କଥା । ପ୍ରଥମେ ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ଏହା ପରେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍ମନ୍ତ ଟିନାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଆଉ ଯେବେ ଟୀନା ବିବାହ କଥା କହିଥିଲେ ସେବେ ଦୁଷ୍ମନ୍ତ ବିଭିନ୍ନ ଆଳ ଦେଖାଇ ଟିନାଙ୍କୁ ଭୁଆଁ ବୁଲାଇ ଚାଲିଥିଲେ । ଏହା ପରେ ଗ୍ରାମବାସୀ ମାନଙ୍କ ଚାପରେ ଶେଷରେ ବାଧ୍ୟ ହୋଇ ଦୁଷ୍ମନ୍ତ ଟିନା ଙ୍କୁ ଗ୍ରାମବାସୀ ମାନଙ୍କ ସମ୍ମୁଖରେ ରାସ୍ତା ଉପରେ ବିବାହ କରିଥିଲେ ।
ମାତ୍ର ବିବାହର କିଛି ଦିନ ପରେ ଦୁଷ୍ମନ୍ତ ଫେରାର ହୋଇଯାଇଥିବା ବେଳେ ଏବେ ଦୁଷ୍ମନ୍ତଙ୍କ ପରିବାର ଲୋକେ ଟିନାଙ୍କୁ ରାସ୍ତା ଉପରେ ଅକଥନିୟ ନିର୍ଯାତନା ଦେଉଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସାମ୍ନାକୁ ଆସିଛି ଦୁସ୍ମନ୍ତଙ୍କ ମା ଭଉଣୀଙ୍କ ଅସଲ ଚେହେରା । ଗ୍ରାମବାସୀ ମାନେ ଏହି ଘଟଣାକୁ ବିରୋଧ କରିବାରୁ ଘଟଣା ସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାର ମୋଡ କେଉଁ ଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା ।