ପାକିସ୍ତାନ ଡାକୁଛି ହାହାକାର ।
ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଏପରି ରହିଛି ଯାହା ସମସ୍ତଙ୍କ ଚିନ୍ତାର ବାହାରେ । ସରକାରଙ୍କ ପାଖରେ ଔଷଧ କିଣିବାକୁ ଟଙ୍କା ନଥିବାବେଳେ ରୋଗୀ ଚିକିତ୍ସିତ ହେବାରୁ ବଞ୍ଚିତ ରହୁଛନ୍ତି । ଆଉ ସେପଟେ ପରିସ୍ଥିତି ଏପରି ହୋଇଛି ଯେ କ୍ୟାନ୍ସର,କିଡନୀ ରୋଗୀଂକ ଚିକିତ୍ସା ସମ୍ପୂର୍ଣ୍ଣ ରୂପେ ଠପ ହେବାକୁ ବସିଲାଣି । ସରକାରଙ୍କ ପାଖରେ ଔଷଧ କିଣିବାକୁ ଟଙ୍କା ନାହିଁ ଆଉ ହସ୍ପିଟାଲରେ ଅନେକ ଜରୁରୀ ଔଷଧ ମିଲୁ ନାହିଁ । ସୂଚନା ଅନୁଯାୟୀ ପାକିସ୍ତାନର ଜରୁରୀ ମୁଦ୍ରା ଭଣ୍ଡାର ଏବେ ଖାଲି ପଡ଼ିଛି । ତେଣୁ ପାକିସ୍ତାନ ସରକାର ବିଦେଶରୁ ଔଷଧ କିଣି ପାରୁ ନାହାନ୍ତି । ଏପରିକି ନିଜ ଦେଶରେ ତିଆରି ହେଉଥିବା ଔଷଧ ମଧ୍ୟ ତିଆରି ହୋଇ ପାରୁ ନାହିଁ । ଆଉ ଏମିତି ସଙ୍କଟ ସମୟରେ ରୋଗୀ ମାନେ ବିକଳ ହୋଇ ଆର୍ତ୍ତ ଚିତ୍କାର କରୁଥିବା କୁହାଯାଉଛି ।
ତେବେ ସେପଟେ ଯଦି ପରିସ୍ଥିତି ଏପରି ରୁହେ ତେବେ କଣ ହେବ ରୋଗିଙ୍କ ତାହା ବଡ ଚିନ୍ତାର ବିଷୟ ପାଲଟିଛି । ତେବେ ଦିନକୁ ଦିନ ଗରିବ ହୋଇ ଯାଉଥିବା ପାକିସ୍ତାନର ଅବସ୍ଥା ଆଗକୁ କଣ ହେବ ତାହା କେବଳ ସମୟ କହିବ । ହେଲେ ବର୍ତ୍ତମାନ ପାକିସ୍ତାନୀ ମାନେ କେଉଁ ଭଳି ନିଜ ଆତ୍ମୀୟ ମାନଙ୍କ ଜୀବନ ବଞ୍ଚାଇବେ ଦେଶ ଏପରି ଘଡି ସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ କଣ ହେବ ରୋଗୀ ମାନଙ୍କର ଅବସ୍ଥା । ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାର ଅନ୍ୟ କୌଣସି ଉପାୟ ଆପଣାଇ ନେବେ ନା ରୋଗୀ ମାନେ ଚିକିତ୍ସା ଅଭାବରୁ ଏପରି ରୋଗରେ ଘାଣ୍ଟି ହେବେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।