ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା
ବ୍ୟୁରୋ:ଉତ୍ତର ପଶ୍ଚିମ ପାକିସ୍ତାନର ପେଶାଓ୍ଵରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଏବଂ କାର ଧକ୍କା ହେବା ପେର ୩୦ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ୧୫ରୁ ଅଧିକ ଆହତ ହୋଇଥିବା ଖବର ମିଳିଛି । କାରାକୋରମ୍ ରାଜପଥରେ ପରସ୍ପର ସହିତ ଧକ୍କା ଖାଇବା ପରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ମୁତାବକ, ଦୁର୍ଘଟଣା ଗିଲଗିତ୍ ବାଲତିସ୍ତାନ ଇଲାକାର ଦିଆମିର ସତିଆଲ ଚୌକ ନିକଟରେ ଏହି ଦୁର୍ଘଟଣା ଘଟିଛି । ପୁଲିସର କହିବା ଅନୁସାରେ ବସଟି ଗିଲଗିତରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଭାରସାମ୍ୟ ହରାଇ ଉଭୟ କାର ଓ ବସ୍ ଏକ ଘାଇକୁ ଖସିପଡିଥିଲେ । ଫଳରେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।