ଗୁଜୁରାଟ ଗଲା ଗୋପାଳ

ଅଭିଯୁକ୍ତ ଗୋପାଳର ହେବ ପଲିଗ୍ରାଫ ଟେଷ୍ଟ |ଗୁଜୁରାଟ ଯାଇସାରିଛି ଗୋପାଳ,ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ପାଇଁ ଗୁଜରାଟ ନିଆଯିବା ପୂର୍ବରୁ ଝାରସୁଗୁଡ଼ା ଏୟାରପୋର୍ଟରେ ବସିଥିବା ବେଳେ ହସୁଥିଲା ଗୋପାଳ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଡର-ଭୟ କି ଅନୁତାପ ନାହିଁ । ଅବଶୋଷ କି ଅନୁଶୋଚନା ନାହିଁ । ଏ ହସ ପଛର ରହସ୍ୟ କଣ ?
ଟେଷ୍ଟ ପାଇଁ ନିଆଯାଉଥିବା ଜଣେ ଅଭିଯୁକ୍ତର ଏଭଳି ହସକୁ ନେଇ ଚର୍ଚ୍ଚା । ଲାଗୁଛି ଜଣେ ହତ୍ୟା ଅଭିଯୁକ୍ତ ଆଦୌ ଅନୁତପ୍ତ ନୁହଁ । ଅବଶ୍ୟ କାହିଁକି ହସୁଛି ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ, ଖବର କାଗଜରେ ନିଜର ଖବର କିମ୍ବା ଫଟୋ ଦେଖି ସେ ହସୁଥିବା କୁହାଯାଉଛି ।ଏବେ ଆସନ୍ତୁ ଜାଣିବା ପଲିଗ୍ରାଫ୍‌ ଓ ନାର୍କୋ ଟେଷ୍ଟ କଣ । ପଲିଗ୍ରାଫ୍‌ ହେଉଛି ଲାଇ ଡିଟେକ୍ସନ୍‌ ଟେଷ୍ଟ । ଅର୍ଥାତ ମିଛ ଧରା ଟେଷ୍ଟ । ମିଛ କହିବା ସମୟରେ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହୋଇଥାଏ । ଯେପରି ଝାଳ ବାହାରିବା, ହୃଦ୍‌ସ୍ପନ୍ଦନ ବଢିବା, ନିଶ୍ୱାସ ପ୍ରଶ୍ୱାସ ବେଗ ବଢିବା ଏବଂ ରକ୍ତଚାପ ତଳ ଉପର ହେବା ।

ଏସବୁ ପରିବର୍ତ୍ତନକୁ ମନିଟର କରିଥାଏ ମେସିନ୍‌ । ସେଥିପାଇଁ ବ୍ୟକ୍ତିର ଶରୀରରେ ଅନେକ ତାର ଲଗାଯାଇଥାଏ । ଏହି ତାର ଦ୍ୱାରା ଶରୀର ଭିତରର ଗତିବିଧି ମନିଟର କରିଥାଏ ମେସିନ୍‌ । ତେବେ ପଲିଗ୍ରାଫ୍‌ ଟେଷ୍ଟରେ ବ୍ୟକ୍ତିକୁ କୌଣସି ପ୍ରକାର ଔଷଧ କିମ୍ବା ଇଞ୍ଜେକସନ୍‌ ଦିଆଯାଇନଥାଏ । ଅନ୍ୟପଟେ ନାର୍କୋ ଟେଷ୍ଟରେ ବ୍ୟକ୍ତିକୁ ଟ୍ରୁଥ୍‌ ସେରମ୍‌ ଦିଆଯାଇଥାଏ । ଏହା ଏପରି ଏକ ଡ୍ରଗ୍ସ ଯାହାକୁ ନେଲେ ବ୍ୟକ୍ତି ସତ କହିଥାଏ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp