ପରସନାଲ ଲୋନ ଆପକୁ ପ୍ଲେଷ୍ଟୋରରୁ ବ୍ୟାନ କରିଛି ଗୁଗୁଲ

ଆସିଲା ଗୁଗୁଲର ପ୍ଲେ ପ୍ରୋଟେକ୍ଟ ରିପୋର୍ଟ । ୩ ହଜାର ୫୦୦ଟି ପରସନାଲ ଲୋନ ଆପକୁ ପ୍ଲେ ଷ୍ଟୋରରୁ ବାହାର କରିଛି ଗୁଗୁଲ । ପ୍ଲେ ଷ୍ଟୋର ପଲିସିକୁ ନମାନିବାରୁ ଗୁଗୁଲ ପକ୍ଷରୁ ଏପରି କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଏହିସବୁ ଆପ୍ଲିକେସନ ଗୁଗୁଲର ପଲିସି ରିକ୍ୟୁରମେଣ୍ଟକୁ ପୁରା କରୁନଥିଲେ । ଗୁଗୁଲ ପ୍ଲେ ପ୍ରୋଟେକ୍ଟ ହେଉଛି ଏକ ସିକ୍ୟୁରିଟି ଫିଚର ଯାହାକୁ ଆଣ୍ଡ୍ରଏଡ ଡିଭାଇସ ପାଇଁ ତିଆରି କରାଯାଇଛି । ଯାହା ଆପ୍ଲିକେସନ ମାନଙ୍କର ମାଲିସିଅସ ବ୍ୟବହାର ଉପରେ ସ୍କାନ କରିବ । ଏହାସହ ଆପଣଙ୍କ ସ୍ମାର୍ଟଫୋନକୁ ଏହିସବୁ ଆପ୍ଲିକେସନ ଠାରୁ ସୁରକ୍ଷା ଦେବ । ୟୁଜରକୁ ହାର୍ମଫୁଲ ଆପ ବାବଦରେ ସୂଚନା ଦେବ । ତେବେ ଆସନ୍ତୁ ଜାଣିବା ଏହା ଆପଣଙ୍କ ଆଣ୍ଡ୍ରଏଡ ଡିଭାଇସକୁ କିପରି ସୁରକ୍ଷା ଦେବ ।

ଗତବର୍ଷ ଗୁଗୁଲ ଫାଇନାଲସିଆଲ ସର୍ଭିସ ଆପ୍ଲିକେସନ ମାନଙ୍କ ପାଇଁ ଡଭଲପର ପ୍ରୋଗ୍ରାମ ପଲିସିରେ ପରିବର୍ତ୍ତନ ଆଣିଥିଲା । ଗୁଗୁଲ ପକ୍ଷରୁ ଡଭଲପର୍ସ ମାନଙ୍କ ପାଇଁ ଆଡିସିନାଲ ରିକ୍ୟୁରମେଣ୍ଟ ଅଣାଯାଇଥିଲା । NBFC ଓ ବ୍ୟାଙ୍କ ତରଫରୁ ଲୋନ ସେବା ପ୍ରଦାନ କରୁଥିବା ଏହି ଆପ୍ଲିକେସନ ଗୁଡ଼ିକୁ ସେମାନଙ୍କ ପାର୍ଟନର NBFC ଓ ବ୍ୟାଙ୍କର ତଥ୍ୟ ଦେବାକୁ କୁହାଯାଇଛି । ଏହାସହ ବ୍ୟାଙ୍କର ଲାଇଭ ୟୁଆରଏଲ ଡେକ୍ସକ୍ରିପସନରେ ଦେବାକୁ କୁହାଯାଇଛି । ଯେଉଁ ପରସନାଲ ଲୋନ ଆପ୍ଲିକେସନ ଏହିସୁବ ପଲିସିକୁ ପାଳନ କରିନଥିଲେ ସେମାନଙ୍କୁ ପ୍ଲେ ଷ୍ଟୋରରୁ ଗୁଗୁଲ ବାହାର କରିଦେଇଥିଲା ।

ଗତବର୍ଷ ଗୁଗୁଲ ୧.୪ ମିଲିୟନ ପଲିସି ଭାଓଲେଟିଂ ଆପ୍ଲିକେସନକୁ ବ୍ଲକ କରିଥିଲା । ଗୁଗୁଲ ସିକ୍ୟୁରିଟି ଫିଚରରେ ବିକାଶ ହେବା, ଏହାସହ ମେସିନ ଲର୍ଣ୍ଣିଂ ସିଷ୍ଟମରେ ଇନଭେଷ୍ଟମେଣ୍ଟ ଓ ଆପ୍ଲିକେସନ ରିଭ୍‌୍ୟୁ ଦ୍ୱାରା ଏସବୁ ହୋଇ ପାରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଗୁଗୁଲ ପକ୍ଷରୁ ଲଗାତାର ଭାବେ ଫ୍ରଡ ଆପ୍ଲିକେସନ ବିରୁଦ୍ଧରେ ଲଢେଇ କରିବା ଜାରି ରହିଛି । ଏହାସହ କମ୍ପାନୀ ଏହାର ଭେରିଫିକେସନ ପ୍ରସୋସକୁ ଅଧିକ ଶକ୍ତିଶାଳୀ କରିଛି । କମ୍ପାନୀ ପକ୍ଷରୁ ୧୭୩ ହଜାର ଆକାଉଣ୍ଟକୁ ବ୍ୟାନ କରାଯାଇଛି । ଏହାସହ ୨ ବିଲିୟନର ଠକାମୀକୁ ବଞ୍ଚାଯାଇ ପାରିଛି

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp