ପରଲୋକରେ ସତୀଶ କୌଶିକ |
ଏହି ଦୁଃଖଦ ଖବର ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅଭିନେତା ଅନୁପମ ଖେର। ସେ କହିଛନ୍ତି ଯେ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକ ଆଉ ଏହି ଦୁନିଆରେ ନାହାଁନ୍ତି। ସତୀଶ କୌଶିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଲେଖିଛନ୍ତି ଯେ ସେ କେବେ ଭାବି ନଥିଲେ ଯେ ସେ ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କ ବିଷୟରେ ଏହିପରି ଲେଖିବେ।
ଅନୁପମ ଖେର ଟ୍ବିଟ ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରି ଏବଂ ସିନେମା ପ୍ରଶଂସକଙ୍କୁ ଥରାଇ ଦେଇଛି। ଅନୁପମ ଖେର ଟ୍ୱିଟରେ ଲେଖିଛନ୍ତି, ‘‘ମୁଁ ଜାଣେ ମୃତ୍ୟୁ ହେଉଛି ଏହି ଜଗତର ଶେଷ ସତ୍ୟ। କିନ୍ତୁ ମୁଁ ମୋର ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ଯେ ମୁଁ ଜୀବିତ ଥିବା ସମୟରେ ମୋର ସର୍ବୋତ୍ତମ ବନ୍ଧୁ ସତୀଶ କୌଶିକଙ୍କ ବିଷୟରେ ଏହା ଲେଖିବି। ୪୫ ବର୍ଷର ବନ୍ଧୁତା ଉପରେ ଏପରି ହଠାତ୍ ପୂର୍ଣ୍ଣଛେଦ ପଡ଼ିଗଲା।ସତୀଶଙ୍କ ପରଲୋକ ନେଇ ସାଥୀ କଳାକାର ଅନୁପମ ଖେର ଟୁଇଟ୍ କରି ସୂଚନା ଦେଇଛନ୍ତି। ଦୀର୍ଘ ୪୫ ବର୍ଷର ବନ୍ଧୁତ୍ୱରେ ପୂର୍ଣ୍ଣଛେଦ ପଡ଼ିଛି ବୋଲି କହିଛନ୍ତି ଅନୁପମ ଖେର। ସେହିରପି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ସତୀଶଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।
ସତୀଶ ୧୦ରୁ ଊର୍ଦ୍ଧ୍ୱ ଫିଲ୍ମର ନିର୍ଦ୍ଦେଶନା ସହ ଶତାଧିକ ଫିଲ୍ମରେ ଅଭିନୟର ଛାପ ଛାଡି ଯାଇଛନ୍ତି। ୧୯୫୬ ମସିହାରେ ହରିୟାଣାରେ ଜନ୍ମଗ୍ରହଣ କରିଥିଲେ ସତୀଶ କୌଶିକ। ୧୯୮୨ ମସିହାରେ ଫିଲ୍ମ ‘ମାସୁମ୍’ ଜରିଆରେ ସତୀଶ ତାଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଦିଲ୍ଲୀର ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାର ଛାତ୍ର ଥିଲେ ସତୀଶ।