ପରଲୋକରେ ବଲିଉଡ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ମା’
ବଲିଉଡର ସୁନ୍ଦରୀ ତଥା ଟାଲେଣ୍ଟେଡ ଅଭିନେତ୍ରୀ ଭାବେ ପରିଚିତ ମହିମା ଚୌଧୁରୀ। ଯିଏକି ନିକଟରେ କର୍କଟ ରୋଗରେ ପୀଡିତ ହୋଇଥିଲେ । ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡିଥିଲେ । କର୍କଟ ପୀଡିତା ମହିମାଙ୍କର ଚେହେରା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା । ତେବେ ଏହି ବଲିଉଡ ଅଭିନେତ୍ରୀଙ୍କୁ ନେଇ ପୁଣି ଆସିଛି ଏକ ଦୁଃଖଦ ଖବର। ଖବରଟି ହେଉଛି କି, ମହିମାଙ୍କ ମାତାଙ୍କର ଦେହାନ୍ତ ହୋଇଛି ।
ବଲିଉଡର ସୁନ୍ଦରୀ ତଥା ଟାଲେଣ୍ଟେଡ ଅଭିନେତ୍ରୀ ଭାବେ ପରିଚିତ ମହିମା ଚୌଧୁରୀ। ଯିଏକି ନିକଟରେ କର୍କଟ ରୋଗରେ ପୀଡିତ ହୋଇଥିଲେ । ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡିଥିଲେ । କର୍କଟ ପୀଡିତା ମହିମାଙ୍କର ଚେହେରା ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲା । କିନ୍ତୁ ଏହି ବଲିଉଡ ଅଭିନେତ୍ରୀ ଖୁବ୍ ସାହାସ ଏବଂ ଦମ୍ଭର ସହିତ କର୍କଟକୁ ହରାଇବାରେ ସଫଳ ହୋଇଥିଲେ । ତେବେ ମହିମାଙ୍କ ପାଇଁ ପୁଣି ଆସିଛି ଏକ ଦୁଃଖଦ ଖବର। ଖବରଟି ହେଉଛି କି, ମହିମାଙ୍କ ମାତାଙ୍କର ଦେହାନ୍ତ ହୋଇଛି ।
ଖବର ଅନୁଯାୟୀ, ଶ୍ରୀମତୀ ଚୌଧୁରୀ ଗତ ସପ୍ତାହରେ ତାଙ୍କ ବାସସ୍ଥାନରେ ଅସୁସ୍ଥତା ଅନୁଭବ କରିବାରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଥିଲା। ତେବେ ପରଦେଶ ଫିଲ୍ମର ଅଭିନେତ୍ରୀ ମା’ଙ୍କ ଦେହାନ୍ତ ଖବରକୁ ନିଶ୍ଚିତ କରିଛନ୍ତି । ରିପୋର୍ଟ ଅନୁଯାୟୀ , ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ଶ୍ରୀମତୀ ଚୌଧୁରୀଙ୍କର ଦେହାନ୍ତ ହୋଇଛି। ମାଙ୍କ ମୃତ୍ୟୁ ପରେ ମହିମା ଏବଂ ତାଙ୍କ ଝିଅ ଆରିନା ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି। ତେବେ ମହିମା ତାଙ୍କ ମା ସହିତ ବିତାଇଥିବା ଏକ ବିଶେଷ ସମୟର ଫଟୋ ସେୟାର କରିଥିଲେ। କହିବାକୁ ଗଲେ ପ୍ରାୟତଃ ସୋସିଆଲ୍ ମିଡିଆରେ ଥ୍ରୋବ୍ୟାକ୍ ପାରିବାରିକ ଚିତ୍ର ସେ ସେୟାର କରିଥାନ୍ତି।
ତେବେ ସୂଚନା ଥାଉକି, ବଲିଉଡର ବରିଷ୍ଠ କଳାକାର ଅନୁପମ ଖେର ମହିମାଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଥିବା ନେଇ ଗତ ବର୍ଷ ସୂଚନା ଦେଇଥିଲେ । ଏହାସହ ଅନୁପମ ଖେର ମହିମାଙ୍କ ସହ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ଅନୁପମ ଖେର କହୁଥିଲେ କି ମହିମା ଚୌଧୁରୀ ବ୍ରେଷ୍ଟ କ୍ୟାନସର ଲଢେଇ କରୁଛନ୍ତି ବୋଲି। ଏହାସହ ଅନୁପମ ଖେର ମହିମାଙ୍କୁ ହିରୋ ବୋଲି କହିଥିଲେ ।
ଅନ୍ଯପଟେ, ଗୋଟିଏ ସମୟରେ ବଲିଉଡରେ ନିଜର ସୁନ୍ଦରତା ଓ ନିଖୁଣ ଅଭିନୟ ପାଇଁ ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ ମହିମା ଚୌଧୁରୀ । ତାଙ୍କ ସିନେମା ମଧ୍ୟରେ ପରଦେଶ,ଦିଲ୍ଲ ହେ ତୁହ୍ମାରା, ଦାଗ, ଧଡକନ, ଦିଲ କ୍ୟା କରେ, ବଗବାନ, କୁରୁକ୍ଷେତ୍ର, ଖିଲାଡି -୪୨୦ ଆଦି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଥିଲା । କୁରୁକ୍ଷେତ୍ର ଚଳଚିତ୍ର ମାଧ୍ୟମରେ ତାଙ୍କୁ ବଲିଉଡରେ ସଫଳତା ମିଳିଥିଲା ।