ପରଦାରେ ଏକ ସାଙ୍ଗରେ ନଜର ଆସିବେ ଟାଇଗର-ପଠାନ୍
୨୦୨୪ରେ ପରଦାକୁ ଆସିବ ଟାଇଗର VS ପଠାନ। ଏକାଠି ଅଭିନୟ କରିବେ ଶାହାରୁଖ ଖାନ ଓ ସଲମାନ ଖାନ। ଫିଲ୍ମ ନିର୍ମାଣ କରୁଛି YRF ଫିଲ୍ମ। ଏହି ସ୍ପାଏ-ଆକ୍ସନ ଫିଲ୍ମର ଘୋଷଣା ଗ୍ରାଣ୍ଡ ୱେରେ କରିବାକୁ ଚାହେଁ ପ୍ରଡକ୍ସନ ହାଉସ। ଏବେ ଫିଲ୍ମ ଉପରେ କାମ ଆରମ୍ଭ ହୋଇଛି। ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରା ଫିଲ୍ମ ବିଷୟରେ ଅଧିକ କିଛି ସୂଚନା ଦେବାକୁ ଚାହୁଁନାହାନ୍ତି। ମାତ୍ର ବଲିଉଡରେ ଏହା ବହୁତ ବଡ଼ ଫିଲ୍ମ ହେବ ବୋଲି କୁହାଯାଉଛି । ଆଗକୁ ଟାଇଗର-୩ରେ ନଜର ଆସିବେ ସଲମାନ ଖାନ୍। ଫିଲ୍ମରେ ଶାହାରୁଖ ମଧ୍ୟ ସ୍ପେଶିଆଲ ଆପରିୟାନ୍ସ ନଜର ଆସିବେ।