ପପୁଙ୍କ ଭାଗ୍ୟରେ ଖାଲି ମାଡ଼ ।
ଓଲିଉଡ଼ ଜଗତର ଚର୍ଚ୍ଚିତ ହାସ୍ୟ ଅଭିନେତା ପପୁ ପମଙ୍କୁ ନେଇ ବିବାଦ ପିଛା ଛାଡ଼ୁନି । କେତେ ବେଳେ ପପୁଙ୍କ ଉପରକୁ ହେଉଛି କାଳୀ ମାଡ଼ ତ ଆଉ କେତେବେଳେ ପପୁଙ୍କ ଉପରକୁ ହେଉଛି ପଥର ମାଡ଼ । ଏହାରି ଭିତରେ ପପୁଙ୍କୁ ମଞ୍ଚ ଉପରେ ପୁଣି ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ଯେଉଁ ପଥର ମାଡରେ ପପୁ ପମ ପମ ଘାଇଲା ହୋଇ ପଡିଛନ୍ତି । ଦର୍ଶକଙ୍କୁ ସବୁବେଳେ ନିଜ ଅଭିନୟ ମାଧ୍ୟମରେ ହସି ହସି ବେଦନ କରାଉଥିବା ହାସ୍ୟ ଅଭିନେତା ପପୁଙ୍କ ସହ ଏପରି କାହିଁକି ଲୋକେ କରୁଛନ୍ତି ତାହା ପପୁ ନିଜେ ମଧ୍ୟ ବୁଝି ପାରୁନାହାଁନ୍ତି। ତେବେ ସେ ଯାହା ବି କିଛି ହେଉ । ଜାଗର ଯାତ୍ରାରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ପପୁଙ୍କ ଉପରକୁ ହୋଇଛି ପଥର ମାଡ଼ ।ଆଉ ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସୁରାଳ ଗ୍ରାମରେ । ଏହି ଗ୍ରାମରେ ଜାଗର ଯାତ୍ରା ଚାଲୁଥିବା ବେଳେ ପପୁଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରାଯାଇଥିଲା । ଆଉ ପପୁ ଯେତେବେଳେ ମଞ୍ଚ ଉପରକୁ ଚଢିଥିଲେ ସେତେବେଳେ ଚାରି ଆଡୁ ଭାଷୀ ଆସିଥିଲା କରତାଲି।
ହେଲେ ଦର୍ଶକ ବନ୍ଧୁ ସେହି କରତାଲି ସାଥିରେ ପବନ ବେଗରେ ଷ୍ଟେଜ ଉପରକୁ ଉଡ଼ିଆସି ଥିଲା ଏକ ପଥର । ହେଲେ ପପୁଙ୍କ ଭାଗ୍ୟ ଭଲ । ମହାଦେବଙ୍କ ଆଶ୍ରିବାଦରୁ ସେ ପଥର ପପୁଙ୍କ ଦେହରେ ନ ବାଜି ବାଜିଥିଲା ଏକ ଯୁବତୀଙ୍କ ପଛରେ । ଆଉ ଏହା ପରେ ଭୟରେ ସମସ୍ତେ ମଞ୍ଚ ଛାଡି ଦେଇଥିଲେ । ହେଲେ ଏତିକି ବେଳେ କିନ୍ତୁ ପପୁ ମଞ୍ଚ ଉପରକୁ ଯାଇ ବୁଝାଇବାକୁ ଚେଷ୍ଟା କରିଥିଲେ ଏମିତି ନ କରିବାକୁ ଅନୁରୋଧ କରିଥିଲେ । ତେବେ ଏହି ଘଟଣା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଖେଳାଇ ଦେଇଥିବା ବେଳେ ପପୁଙ୍କୁ ଭଲ ପାଉଥିବା ଲୋକେ କହିଥିଲେ ପପୁଙ୍କ ଉନ୍ନତିକୁ କିଛି ଲୋକେ କୁଆଡେ ସହି ପାରୁ ନାହାଁନ୍ତି । ଯେଉଁଥି ପାଇଁ ରାଗରେ କୁଆଡେ ଏମିତି କରୁଛନ୍ତି । ହେଲେ ବାସ୍ତବରେ ଘଟଣା ପଛରେ କଣ ରହିଛି ସତ୍ୟତା ତାହା କେବଳ ପଥର ମାଡ଼ କରିଥିବା ବ୍ୟକ୍ତି ହିଁ ଜାଣିଥିବେ ।