‘ପଠାନ୍’ ଫିଲ୍ମ ର ସଫଳତା ପରେ ଶାହରୁଖ ନିଜକୁ ଗିଫ୍ଟ ଦେଲେ ରଲ୍ସ- ରୟସ କଲିନନ

କିଙ୍ଗ୍ ଖାନଙ୍କ ନୁଆ ଷ୍ଟାଇଲିସ ଗାଡିର ମୁଲ୍ଯ ୧୦ କୋଟି ଟଙ୍କା। ବର୍ତ୍ତମାନ ସମୟରେ ଭାରତରେ ବିକ୍ରି ହେଉଥିବା ଏହା ହେଉଛି ସବୁଠୁ ଦାମୀ କାର୍। ଶାହାରୁଖଙ୍କ ଫ୍ଯାନ୍ ପେଜରେ ତାଙ୍କ ନୂଆ କାରର ଭିଡିଓ ସେୟାର ମଧ୍ୟ ହୋଇଛି।

ଭାରତୀୟ ବକ୍ସ ଅଫିସରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ ପଠାନ’ ଅଟକିବାର ନା ନେଉନାହିଁ । ଚାରିଆଡେ ଏହାର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ୪ ବର୍ଷ ପରେ ବଡ ପରଦାକୁ ଫେରିବା ପରେ ଏବେ ଗୋଟେ ପରେ ଗୋଟେ ଧମାକା କରିଚାଲିଛନ୍ତି। ତାଙ୍କ ମୁଭି ପଠାନ୍ ଜାନୁଆରୀ ୨୫ ତାରିଖରେ ରିଲିଜ୍ ହୋଇଥିଲା ଏବଂ ଫିଲ୍ମଟି ସବୁ ରେକର୍ଡ ଭାଙ୍ଗିଥିଲା। ଶାହରୁଖ, ଦୀପିକା ପାଦୁରକୋନ ଏବଂ ଜନ୍ ଆବ୍ରାହିମଙ୍କ ଅଭିନିତ ଏହି ଫିଲ୍ମ ୱାଲର୍ଡ ବକ୍ସ ଅଫିସରେ ୧ ହଜାର କୋଟି ଟଙ୍କାର ଆୟ କରିସାରିଛି।ପଠାନ୍ ପରେ ଶାହାରୁଖ ଏବେ ଯବାନ୍ ରେ ନଜର ଆସିବେ। ବର୍ତ୍ତମାନ ସେ ଏହି ଫିଲ୍ମର ସୁଟିଂରେ ବ୍ଯସ୍ତ ଅଛନ୍ତି। ଫିଲ୍ମରେ ନୟନତାରା,ସୁନୀଲ୍ ଗ୍ରୋବର ଏବଂ ସାନୟା ମଲହୋତ୍ରା ମଧ୍ଯ ନଜର ଆସିବେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp