ନୂତନ ସମ୍ପାଦକ ଦାୟିତ୍ୱ |

କଟକ ଜିଲ୍ଲା ବାଙ୍କୀ ବ୍ଲକ ଓସ୍ତିଆ ସେବା ସମବାୟ ସମିତି ଲିଃ. ତା 07-02-2023ରିଖ ମଙ୍ଗଳବାର 11 ଘଟିକା ସମୟରେ ନୂତନ ସମ୍ପାଦକ ଭାବେ ଦାୟିତ୍ୱ ନେଇଥିବା ରମେଶ ସାହୁ ଓ ଓସ୍ତିଆ ସେବା ସମବାୟ ସମିତି ର କାର୍ଯ୍ୟକାରୀ ସଭାପତି ଓ ନିର୍ଦେଶକ ମାନଙ୍କୁ ନେଇ ପ୍ରଥମ ବୈଠକ କରାଯାଇ ଥିଲା, ବୈଠକ ରେ ପୂର୍ବତନ ସମ୍ପାଦକ ଶ୍ରୀନିବାସ ମନ୍ତ୍ରୀ ଶ୍ରୀ ଯୁକ୍ତ ସାହୁ ଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ, ଶ୍ରୀ ଯୁକ୍ତ ସାହୁ ଙ୍କୁ ସଭାପତି ଭରତ ଚନ୍ଦ୍ର ବେହେରା ଓ ସଭ୍ୟମାନେ ସ୍ୱାଗତ ଜଣାଇଥିଲେ ଓ ସମିତି ଦୃନୀତି ମୁକ୍ତ ହୋଇ ଚାଲିବା ପାଇଁ ସଭାପତି ଶ୍ରୀ ଯୁକ୍ତ ଭରତ ଚନ୍ଦ୍ର ବେହେରା ନୂତନ ସମ୍ପାଦକ ଶ୍ରୀଯୁକ୍ତ ସାହୁ ଙ୍କୁ ପରାମର୍ଶ ଦେଇଥିଲେ, ଚାଷୀମାନେ କିପରି ସୁଚାରୁ ରୂପେ ଋଣ ପାଇବେ ଓ ସଠିକ ସମୟରେ ସୁଜିବି, ଚାଷୀମାନଙ୍କ ଋଣ ମଂଜୁର ପାଇଁ ଜମିଜମା, ଆଧାରକାର୍ଡ଼, ଭୋଟର କାର୍ଡ ଓ ଆକାଉଣ୍ଟ ନୁମ୍ବର ଦେଇ ପଞ୍ଜିକୃତ କରିବା ପାଇଁ ସଭାରେ ସଭାପତି ଆଗତ କରାଇଲେ ଓ ସମ୍ପାଦକ ସାହୁ ଙ୍କୁ ଦାୟିତ୍ୱ ଦିଆଗଲା ସଠିକ ଜମି ଜମା ମୁଲାୟନ କରି ଋଣ ମଂଜୁର କରାଯାଉ, ପରିଶେଷରେ ସଭାପତି ଓ ସମ୍ପାଦକ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଗଲା

ବାଙ୍କୀରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp