ନୂଆପଡାରେ ବାଘ ଆତଙ୍କ

ନୂଆପଡାରେ ଚିତା ବାଘ ଆତଙ୍କ । ଚିତା ବାଘ ଆକ୍ରମଣରେ ଜଣେ ଗ୍ରାମବାସୀ ଆହତ । ଗୁରୁତର ଅବସ୍ଥାରେ ତାଙ୍କୁ ସିନାପାଲି ମେଡିକାଲରେ ଭର୍ତି କରାଯାଇଛି । ଆହତ ହେଉଛନ୍ତି ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଅନ୍ତର୍ଗତ ହୀରାପୁର ଗାଁର ସେନାପତି ମାଝି । ଜଙ୍ଗଲ ନିକଟ ଚାଷ ଜମିକୁ ସେନାପତି ଯାଇଥିଲା ବେଳେ ବାଘ ହାବୁଡରେ ପଡିଥିଲେ । ହଠାତ୍ ବାଘ ଆକ୍ରମଣ କରିବାରୁ ପ୍ରାଣବିକଳରେ ଚିତ୍କାର କରିଥିଲେ ସେନାପତି । ଚିତ୍କାର ଶୁଣି ଆଖପାଖର ଲୋକେ ଆସିବାରୁ ବାଘ ସେନାପତିକୁ ଛାଡି ଜଙ୍ଗଲକୁ ଡିଆଁମାରି ଚାଲିଯାଇଥିବା ଜଣାପଡିଛି ।

ବାଘ ଆକ୍ରମଣରେ ସେନାପତିଙ୍କ ଗୋଡ ଓ ହାତରେ ଗଭୀର କ୍ଷତ ହୋଇଛି । ଖବର ପାଇ ସିନାପାଲି ଫରେଷ୍ଟର ଖଗେଶ୍ୱର ମାଝୀ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚି ଆହତ ସେନାପତିଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତି କରିଛନ୍ତି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp