ନୂଆପଡ଼ାରେ ବାଘ ଆତଙ୍କ

ନୂଆପଡ଼ା ସୁନାବେଡା ଅଭୟାରଣ୍ୟରେ ଥମୁନି ବାଘ ଆତଙ୍କ। ପୁଣି ବାଛୁରୀକୁ ମାରି ଖାଇଲା। ନୂଆପଡ଼ା ବନ ବିଭାଗ ରେଞ୍ଜ ଅଧିନସ୍ଥ ଆମାନାରା ପଞ୍ଚାୟତ ପାୱାରତୋଲା ଗାଁର ଚିଟିରାମ ସତନାମୀଙ୍କ ଗୁହାଳରୁ ବାଛୁରୀକୁ ଟାଣି ନେଇ ମାରିଛି। ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ଟିମ୍‌ ମୁତୟନ ହୋଇଛନ୍ତି । ମାସେରୁ ଅଧିକ ସମୟ ଧରି ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳର ବିଭିନ୍ନ ଗାଁରେ ବାଘ ଆତଙ୍କ ଲାଗି ରହିଛି । ଏବେ କୋମନା ବ୍ଲକରେ ବାଘ ଘୁରି ବୁଲୁଥିବା ଖବର ପାଇ ଭୟରେ ଦିନ କାଟୁଛନ୍ତି ଲୋକ ।

ମାର୍ଚ୍ଚ ୧୨ ତାରିଖରେ ପାୱାରତଲା ଓ ତରିଆମହୁଆଭଟା ଗାଁରେ ଗୁହାଳରେ ପଶି ୨ଟି ଗାଈ ଓ ଗୋଟିଏ ବାଛୁରୀକୁ ଆକ୍ରମଣ କରିଥିବା ବେଳେ ମାର୍ଚ୍ଚ ୧୫ ତାରିଖରେ ତରିଆ ମହୁଆଭଟା ଗାଁରେ ପଶି ବାଛୁରୀ ଓ ମଇଁଷୀକୁ ଆକ୍ରମଣ କରିଥିଲା । ପୁଣି ମାର୍ଚ୍ଚ ୨୦ରେ ଜଳମଡ଼େଇ ଗାଁର ଜଣେ ବୃଦ୍ଧାଙ୍କୁ ଟାଣି ନେଇଥିଲା । ତାପରଠାରୁ ଲଗାତାର ଆଖପାଖ ଅଞ୍ଚଳରେ ବାଘ ଆତଙ୍କ ଖେଳାଇ ଚାଲିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp