ନିଜ ଶରୀର ପାଇଁ ବହୁତ୍ ଜରୁରୀ ହୋଇଥାଏ ନିଦ।
ଆପଣ ଜାଣି ଛନ୍ତିକି ଆପଣଙ୍କର ଜୀବନ ସଇଳିରେ କତେ ଗୁରୁତ୍ତପୁନ୍ନ ଭୁମିକା ଗ୍ରହଣ କରିଥାଏ ଆପଣଙ୍କ ନିଦ |ନିଜ ଶରୀର ପାଇଁ ବହୁତ୍ ଜରୁରୀ ହୋଇଥାଏ ନିଦ।ଦିନଯାକ ଅନେକ ପରିଶ୍ରମ କରି ରାତିରେ ବିଶ୍ରାମ ନେଇଥାନ୍ତି ଲୋକେ।ସୁନ୍ଦର ସ୍ବାସ୍ଥ୍ୟ ପାଇଁ ସୁଖନିଦ୍ରା ନିହାତି ଜରୁରୀ।ଏହି କାରଣ ଅଟେ ମଣିଷକୁ ଗୋଟେ ଫିଟ୍ ଲାଇଫ ବଞ୍ଚିବପାଇଁ ୭ ରୁ୮ ଘଣ୍ଟା ନିଶ୍ଚୟ ଶୋଇବା ଦରକାର। ଯେବେ ଆପଣ ଭଲ ନିଦ ନେଇ ଉଠି ଯାଉଛନ୍ତି ତେବେ ଆପଣଙ୍କର କାମରେ ମନ ଲାଗେ।ଯେମିତିରେ ଆପଣଙ୍କର ପୁରା ଦିନ ଭଲରେ କରିଥାଏ। ଏହା ବ୍ୟତୀତ ଭଲ ନିଦରେ ଶୋଇବା ଦ୍ଵାରା ଚିନ୍ତା ଦୁର ହୋଇଥାଏ।କୁହା ଯାଏ | କୁହାଯାଏ ଭଲ ନିଦ ହେବା ଖାଉତିବା ଆହାର ଉପରେ ବି ନିର୍ଭର କରେ । ରାତିରେ ଖାଇଥିବା ଆହାର ମଧ୍ୟ ଆପଣଙ୍କ ନିଦକୁ ଖାସ୍ ପ୍ରଭାବିତ କରିଥାଏ ।
ଏବେ ଜାଣନ୍ତୁ ଶୋଇବା ପୂର୍ବରୁ କେଉଁ ଖାଦ୍ୟ ଖାଇଲେ ଭଲ ନିଦ ହେବ । ଖାଆନ୍ତୁ ଏହି ୫ଟି ଖାଦ୍ୟ ।
୧ – ପାଚିଲା କଦଳୀ – କୁହାଯାଇଛି ପାଚିଲା କଦଳୀ ଖାଇଲେ ଭଲ ନିଦ ହୁଏ । କଦଳୀରେ ଭରପୁର୍ ମାତ୍ରାରେ କୋର୍ବୋହାଇଡ୍ରେଟ୍ସ ଥାଏ । କାର୍ବୋହାଇଡ୍ରେଟ୍ସ ଟ୍ରିପ୍ଟୋଫେନ୍ ତିଆରି କରିବାରେ ସାହାଯ୍ୟ କରିଥାଏ । ଯାହା ମସ୍ତିଷ୍କକୁ ଭଲ ନିଦ ଦେଇଥାଏ । ଏହା ଛଡା କଦଳୀରେ ଭଲ ମାତ୍ରାରେ ମାଗ୍ନେସିୟମ ମଧ୍ୟ ଥାଏ । ଯାହା ମାଂସପେଶୀ ଓ ଶିରାପ୍ରଶିରାକୁ ଆରାମ ଦେଇଥାଏ ।
୨ – ଏକ ଗ୍ଲାସ୍ ଦୁଗ୍ଧ – ବୈଜ୍ଞାନିକ ଦୃଷ୍ଟିକୋଣ ଅନୁସାରେ ପ୍ରୋଟିନ୍ ଟ୍ରିପ୍ଟୋଫେନ୍ ର ବ୍ଲକ୍ସ ତିଆରି କରିଥାଏ । ଏବଂ ଦୁଗ୍ଧ ଏଥିରେ ଭରପୁର ଥାଏ । ଶୋଇବା ପୂର୍ବରୁ ଦୁଗ୍ଧ ନେବା କୁବ୍ ଭଲ ବୋଲି କୁହାଯାଇଛି । ଆୟୁର୍ବେଦ ଅନୁସାରେ ମଧ୍ୟ ଦିନର ଶେଷ ଏକ ଗ୍ଲାସ୍ ଗରମ କ୍ଷୀରରେ କରାଗଲେ ଏହା ଫାଇଦାପୂର୍ଣ୍ଣ ହୋଇଥାଏ । ଏହା ମସ୍ତିଷ୍କକୁ ଶାନ୍ତ କରୋ ଖାଲି ଏହା ନୁହେଁ ଏଥିରେ ବହୁତ କିଛି କ୍ୟାଲସିୟମ ଥାଏ , ଯାହା ନିଦକୁ ପ୍ରତିରୋଧ କରିବାରୁ ବଂଚିତ କରେ ।
୩ – ମହୁ – ଆଉ ମଧ୍ୟ ଶୋଇବା ପୂର୍ବରୁ ମହୁ ଖାଇବା ଭଲ ବିକଳ୍ପ ଭାବେ ଧରା ଯାଏ । ମହୁର ପଜିଟିଭ୍ ପ୍ରଭାବ ପୁରା ଶରୀରରେ ପଡିଥାଏ । ମହୁ ଆଣ୍ଟି ବ୍ୟାକ୍ଟେରିୟଲ , ଆଣ୍ଟି ଫଙ୍ଗଲ ଓ ଆଣ୍ଟି ଆକ୍ସିଡେଂଟ୍ସ ଅଟେ । ମହୁ ମଧ୍ୟ ଟ୍ରିପ୍ଟୋଫେନ ପ୍ରଡକ୍ସନର କାମ କରିଥାଏ ।
୪ – ବାଦାମ- ବାଦାମରେ ଭଲ ଫ୍ୟାଟ୍ , ଆମିନୋ ଏସିଡ୍ ଓ ମ୍ୟାଗ୍ନେସିୟମରେ ଭରପୁର ଅଟେ । ଏହା ଭଲ ନିଦ ଦେଇଥାଏ । ଯଦି ଆପଣକୁ ନିଦ ଆସୁନି ତ ଏହି ବାଦାମ ଭଲ ବିକଳ୍ପ ଅଟେ । ଏଥିରେ ଗଭୀର ନିଦ ଆସିବାରେ ସାହାଯ୍ୟ କରିଥାଏ । ଏବଂ ଆପଣ ଚାହିଁଲେ ବାଦାମକୁ ମହୁ ସହ ଖାଇପାରିବେ ବା ଏକ ଗ୍ଲାସ ଗରମ କ୍ଷୀର ସହ ମଧ୍ୟ
୫ – ଦଲିଆ – ଦଲିଆ ଏକ ଭଲ ଆହାର ଭାବେ ଜଣା । ଏହା ହାଲକା ହୋଇଥାଏ । ଏଥିପାଇଁ ଏହା ହଜମ ହେବାରେ ସହଜ ହୋଇଥାଏ । ଏକ ପାତ୍ରର ଦଲିଆ ରାତ୍ର ସମୟରେ ଭଲ ଖାଦ୍ୟ ଅଟେ । କ୍ଷୀର , ମହୁ ,କଦଳୀ ଓ ବାଦାମ ସହ ଦଲିଆ ରାତିରେ ଆହାର ରୂପେ ନେଇପାରିବେ । ଏହା ଭଲ ନିଦ ଦେଇଥାଏ । ଆଉ ଆରାମ ମଧ୍ୟ ।
ଆଉ ଭଲନିଦ ପାଇଁ ବାପାଇଁ ଆପଣ ଙ୍କର ଶୋଇବା ଶୈଳୀଓ ପରେନିଭର କାରୀଥାଏ |ଅଧିକାଂଶ ଲୋକ ଭୁଲ ଶୈଳୀରେ ସୋଇଥାନ୍ତି।ଯାହାର କାରଣରୁ ଶରୀର ଉପରେ ଖରାପ୍ ପ୍ରଭାବ ପଡିଥାଏ।ଚାଲନ୍ତୁ ଜାଣିବା କେମିତି ଶୋଇବା ଭଲ ଆଉ କେମିତି ଭଲ ନୁହେଁ।
୧.ପେଟେଇ ଶୋଇବା –
ଅଧିକାଂଶ ଲୋକଙ୍କୁ ପେଟେଇ ଶୋଇବାର ଅଭ୍ୟାସ ଥାଏ।କିନ୍ତୁ ଏମିତି ଶୋଇବା ଦ୍ଵାରା ଆପଣଙ୍କର ପାକସ୍ଥଳୀ ଉପରେ ଖରାପ୍ ପ୍ରଭାବ ପଡିଥାଏ।ଏହା ବ୍ୟତୀତ ଆପଣଙ୍କର ପାକସ୍ଥଳୀ ଖରାପ୍ ହେବା ର ସମ୍ଭାବନା ଥାଏ।
ସେଥିପାଇଁ ଏହି ପ୍ରକାର ଶୋଇବା ଭଲ ନୁହେଁ।ଏହା ଦ୍ବାରା ମଧ୍ୟ ଆପଣ ହୃତପିଣ୍ଡ ଉପରେ ମଧ୍ୟ ଖରାପ୍ ପ୍ରଭାବ ପଡିଥାଏ।
୨.ଡାହାଣ କଡ ମାଡ଼ି ଶୋଇବା –
ଅଧିକାଂଶ ଲୋକଙ୍କର ପସନ୍ଦ ଥାଏ ଡାହାଣ କଡ ମାଡି ଶୋଇବା କିନ୍ତୁ ଏଥି ଦ୍ବାରା ଆପଣଙ୍କର ସ୍ଵାସ୍ଥ୍ୟ ଠିକ୍ ରହିନଥାଏ।କିନ୍ତୁ ଯଦି ଆପଣ ବାମ କଡ ମାଡି ଶୋଇବେ ତ ଆପଣଙ୍କୁ ଅଧିକ ଫାଇଦା ହେବ।କାରଣ ବାମ ପାର୍ଶ୍ଵରେ ମନୁଷ୍ୟର ପାଚନ ତନ୍ତ୍ର ଥାଏ।ଏହା ବ୍ୟତୀତ heart patient ଲୋକଙ୍କୁ ସବୁବେଳେ ବାମ କଡ ମାଡି ଶୋଇବା ଆବଶ୍ୟକ।
୩.ଗୋଡ଼ ମୋଡିକି ଶୋଇବା –
ଏହି ପ୍ରକାର ଶୋଇବା ଲୋକମାନଙ୍କୁ ଅଧିକ ପ୍ରିୟ ଥାଏ।କିନ୍ତୁ ଏହା ଶରୀର ପାଇଁ ଅଧିକ ହାନିକାରକ ଅଟେ।କାରଣ ଏମିତି ଶୋଇବା ଦ୍ଵାରା ଆଣ୍ଠୁର ଗଣ୍ଠି ପ୍ରଭାବିତ ହୋଇଥାଏ।ଯାହାର କାରଣରୁ ଆଣ୍ଠୁରେ ଯନ୍ତ୍ରଣା ହୋଇଥାଏ।