ନିଜ ବନ୍ଧୁକରେ ନିଜେ ଜୀବନ ହାରିଲେ ସିଆରପିଏଫ ଯବାନ
ସୂଚନା ମୁତାବକ ମୄତ ଯବାନ ଜଣକ ପଶ୍ଚିମବଙ୍ଗର ବାସିନ୍ଦା । କେଉଁ କାରଣରୁ ସେ ଜୀବନ ହାରିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ଯବାନ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରେ ନିଜେ ଗୁଲିକରି ଆତ୍ମହତ୍ୟା କରିଥିବା ଜଣାପଡିଛି । ସିଆରପିଏଫ ଯବାନ ଜଣକଙ୍କ ଡ୍ୟୁଟି ରାତି ୧୦ ଟା ରୁ ୧୨ଟା ପର୍ଯ୍ୟନ୍ତ ସୁରକ୍ଷା ଟାଓ୍ବାର ଉପରେ ରହିଥିଲା । ମୄତ ଯବାନ ଜଣକ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡ଼ିଛି ।