ନବ ଦାସଙ୍କ ହତ୍ୟା ଷଡଯନ୍ତ୍ର ଉପରୁ ଉଠିବ ପରଦା ।

ଦିନ ଯେତିକି ଗଡୁଛି ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଅନେକ କଥା ସାମ୍ନାକୁ ଆସୁଛି । ନବ ଦାସଙ୍କ ହତ୍ୟାକାଣ୍ଡ ଏକ ଅଡ଼ୁଆ ଅସଜଡ଼ା ସୂତା ଖିଅ ପରି ହୋଇଯାଇଛି । ଯାହାକୁ ଯେତେ ସଜାଡ଼ିବାକୁ ଚାହିଁଲେ ତାହା ଧୀରେ ଧୀରେ ଛନ୍ଦି ହେବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ସାରା ଓଡ଼ିଶାରେ ଯେତେବେଳେ ଚହଳ ପକାଇ ଥିଲା ସେହି ସମୟରେ ଗୋପାଳକୁ ନେଇ ସୃଷ୍ଟି ହେଲା ହଇଚଇ । ହେଲେ ଗୋପାଳ କାହିଁକି ଏଭଳି ଏକ ଛାତି ଥରା ଜଘନ୍ୟ କାଣ୍ଡ ଭିଆଇଲା ଏହା ସମସ୍ତଙ୍କ ମନରେ ଏକ ବିରାଟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କଲା । ପ୍ରଶ୍ନ ସୃଷ୍ଟି ହେଲା ସତ , ଲୋକେ କାରଣ ଜାଣିବାକୁ ଚେଷ୍ଟା କଲେ ହେଲେ ସେହି ପ୍ରଶ୍ନର ଉତ୍ତର ଆଜି ପର୍ଯ୍ୟନ୍ତ ମଧ୍ୟ ମିଳିଲା ନାହିଁ । ତେବେ ଏହାରି ଭିତରେ ଦୁଇ ଅଣ ଓଡିଆ ଅଫିସରଙ୍କୁ ବିଜୟ ମହାପାତ୍ର ଟାର୍ଗେଟ କରିଛନ୍ତି । ଦୁଇ ଜଣ ଅଫିସର ହେଉଛନ୍ତି ଜଣେ ଆଇଏସ ଓ ଜଣେ ଆଇପିଏସ ଅଫିସର ଥିବା କୁହାଯାଉଛି ।

ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ବିସ୍ପୋରକ ବୟାନ ଦେଇ କହିଛନ୍ତି ଏହି ଘଟଣାରେ ଦୁଇ ଜଣ ଅଫିସରଙ୍କ ହାତ ଅଛି । ଘଟଣାକୁ 40 ଦିନ ବିତି ଯାଇଥିବା ପରେ ବି ଆଜି ପର୍ଯ୍ୟନ୍ତ ତଦନ୍ତ ତଦନ୍ତରେ ରହିଗଲା । ଏହି ଘଟଣା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଯିବ । କେବଳ ଏତିକି ନୁହେଁ ବିଜୟ ମହାପାତ୍ର ଏ କଥା ମଧ୍ୟ କହିଛନ୍ତି କି ହତ୍ୟାବେଳେ ଷଡ଼ଯନ୍ତ୍ର ଆଉ ତଦନ୍ତ ବେଳେ ମଧ୍ୟ ଷଡ଼ଯନ୍ତ୍ର । ଏପରିକି ତଦନ୍ତ କେତେ ବାଟ ଆଗେଇଲା ସେ ନେଇ ମଧ୍ୟ ମୁହଁ ଖୋଲୁ ନାହାଁନ୍ତି ତଦନ୍ତକାରୀ ଅଧିକାରୀ । ଆଉ ବିଜୟ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି କି ତଦନ୍ତ ଏକ ପାଖିଆ ହେଉଛି । ଏଥିପାଇଁ ହେଉଛି କି ଏହି ଘଟଣାରେ କିଛି ବଡ଼ ବଡ଼ିଆ ଲୋକଙ୍କର ହାତ ଅଛି ଯାହାଙ୍କୁ ସୁରକ୍ଷା ଦେବା ପାଇଁ ତଦନ୍ତ ଧୀର ହେଉଛି ଏବଂ ଏକ ପାଖିଆ ମଧ୍ୟ । ରାଜନେତା ମାନେ ଏହି ଘଟଣାକୁ ନେଇ ରାଜନୀତି କରୁଥିବା ବେଳେ ବାସ୍ତବରେ କେବେ ନବ ଦାସଙ୍କ ହତ୍ୟା କାଣ୍ଡ ଉପରୁ ପରଦା ହଟିବ ତାହା ସମୟ କହିବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp