ନବ ଜିତିଥିଲେ ବାଉନ ହଜାର ଭୋଟରେ ଝିଅ ଜିତିବେ ଲକ୍ଷେରେ ।

ନିର୍ବାଚନ ପୂର୍ବରୁ ପ୍ରମିଳା କଲେଣି ମହା ଭବିଷ୍ୟ ବାଣୀ । ଝାରସୁଗଡ଼ାରେ ବିଜେଡି ଜିତିବ ଲକ୍ଷେ ଭୋଟରେ । ହେଲେ ପ୍ରମିଳାଙ୍କ ଏହି ପ୍ରତିକ୍ରିୟା ପରେ ଲୋକେ କହୁଛନ୍ତି ପ୍ରମିଳାଙ୍କ ଦୃଢ଼ ବିଶ୍ୱାସ ପଛରେ ଅଛି କେଉଁ ରହସ୍ୟ । କିପରି ଏତେ ଦୃଢକ୍ତିର ସହ ପ୍ରମିଳା କହୁଛନ୍ତି ବିଜେଡି ଲକ୍ଷେ ଭୋଟରେ ଜିଟିବ ବୋଲି । କଣ ଟଙ୍କା କାରବାର କରି ଭୋଟ କିଣିବେ ନା ନବ ଦାସଙ୍କ ମୃତ୍ୟୁକୁ ମୁଖ୍ୟ ପ୍ରସଙ୍ଗ କରି କୁମ୍ଭୀର କାନ୍ଦଣା କାନ୍ଦି ସିମ୍ପାଥି ଭୋଟ ହାତେଇବେ । ଏ କଥା ଏବେ ଲୋକେ ଆଲୋଚନା କରୁଛନ୍ତି । କାରଣ ନବ ଦାସଙ୍କ ମୃତ୍ୟୁକୁ ଦୁଇ ମାସ ପୁରୀ ଯାଇଥିବା ବେଳେ କ୍ରାଇମବ୍ରାଞ୍ଚ୍ ଏପର୍ଯ୍ୟନ୍ତ ଘଟଣାର ଉପରୁ ପରଦା ହଟାଇ ପାରିଲା ନାହିଁ । ସେପଟେ ନବ ଦାସଙ୍କ ମୃତ୍ୟୁ ପରେ ଝିଅ ଦୀପାଳି କୁ ଟିକେଟ ଦେଇଛି ବିଜେଡି । ତେଣୁ ନବ ଦାସଙ୍କ ମୃତ୍ୟୁକୁ ନେଇ ଆଉ କିଛି ମୁଁହ ଖୋଲୁ ନାହାନ୍ତି ନବ ଦାସଙ୍କ ପରିବାର ଲୋକେ । କେବଳ ବିରୋଧୀ ଯାହା ନବ ଦାସଙ୍କୁ ମନେ ରଖିଛନ୍ତି । ତେବେ ଏହି ସବୁ ଘଟଣା ଭିତରେ ଏବେ ବିଜେଡି ନେତା କହିଲେଣି ଝାରସୁୁଡାରେ ବିଜେଡି ଲକ୍ଷେ ଭୋଟରେ ଜୀତିବ । ତେବେ ଏତେ ବିଶ୍ୱାସ ଏତେ ବଳ ବିଜେଡିର କେଉଁଠୁ ଆସିଲା ତାହା କେବଳ ସମୟ କହିବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp