ନବୀନଙ୍କ ଫୋକସରେ ନୂଆ ମୁହଁ , କାହାକୁ ମିଳିବ ମନ୍ତ୍ରୀ ପଦ
ଆଗକୁ ହୋଇପାରେ ମନ୍ତ୍ରିମଣ୍ଡଳ ଅଦଳବଦଳ | ଦୁଇ ମନ୍ତ୍ରୀ ଓ ବାଚସ୍ପତି ଙ୍କ ଇସ୍ତଫା ପରେ କାହାକୁ ମିଳିପାରେ ମନ୍ତ୍ରୀ ପଦ | ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡ଼ିଶାରୁ ଜଣକୁ ମନ୍ତ୍ରୀ ପଦ ମିଳିବା ଏକ ପ୍ରକାର ସୁନିଶ୍ଚିତ। ଏବେ ଚର୍ଚ୍ଚାରେ ଅଛନ୍ତି ଭଟଲୀ ବିଧାୟକ ସୁଶାନ୍ତ ସିଂ । ଗତ ଉପନିର୍ବାଚନ ବେଳେ ସୁଶାନ୍ତ ସିଂଙ୍କ ଭୂମିକା ରହିଥିଲା। ନବୀନଙ୍କ ମନ୍ତ୍ରିମଣ୍ଡଳରେ ବରଗଡ଼ ଜିଲ୍ଲାରୁ ମନ୍ତ୍ରୀ ଅଛନ୍ତି ରୀତା ସାହୁ । ସୋନପୁର ଜିଲ୍ଲାରୁ ନିରଞ୍ଜନ ପୂଜାରୀ, ବଲାଙ୍ଗିର ଜିଲ୍ଲାରୁ ଟୁକୁନି ସାହୁ, ସମ୍ବଲପୁର ଜିଲ୍ଲାରୁ ରୋହିତ ପୂଜାରୀ, ବୌଦ୍ଧରୁ ପ୍ରଦୀପ ଅମାତ, ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ଅଛନ୍ତି । ପଶ୍ଚିମ ଓଡ଼ିଶାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲା ଏବେ ମନ୍ତ୍ରୀଶୂନ୍ୟ । ଏହି ଜିଲ୍ଲାର ବିଧାୟକଙ୍କ ଭିତରୁ କାହାକୁ ମିଳିବ କି ଟିମ୍ ନବୀନରେ ସୁଯୋଗ ତାକୁ ବି ଅପେକ୍ଷା। ତେଣୁ ଦୀପାଳିଙ୍କୁ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ଚାଲିଛି। ଗଞ୍ଜାମ ଜିଲ୍ଲାରୁ ବାଚସ୍ପତି ଥିବା ବିକ୍ରମ କେଶରୀ ଆରୁଖ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମନ୍ତ୍ରୀ ପଦ ଛାଡି ଥିବାରୁ ଗଞ୍ଜାମ ଜିଲ୍ଲାରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିବା ବି ନିଶ୍ଚିତ । ବିକ୍ରମ କେଶରୀ ଆରୁଖଙ୍କ ନବୀନ ନିଜ ଟିମ୍ରେ ସୁଯୋଗ ମିଳିପାରେ । ସେହିପରି ରେସରେ ଅଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା।