ନବୀନଙ୍କୁ ଭେଟିବେ ଦିଦି ।
ଆଜି ନବୀନ ପଟ୍ଟାୟକଙ୍କୁ ଭେଟିବେ ପଷ୍ଟିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ନେଇ ମଧ୍ୟ କହିଛନ୍ତି । ଏହାକୁ ଏକ ସୌଜନ୍ୟମୁଳକ ସାକ୍ଷାତ ବୋଲି ମମତା କହିଛନ୍ତି । କାରଣ ଯେବେ ହକି ବିଶ୍ବକପ୍ ହୋଇଥିଲା ସେହି ସମୟରେ ନବୀନ ନିମନ୍ତ୍ରଣ ମାମତାଙ୍କୁ ନିମନ୍ତ୍ରଣ କରିଥିଲେ । କିନ୍ତୁ ସମୟ ଅଭାବରୁ ସେ ଆସିପାରିନଥିଲେ । ତେଣୁ ଏବେ ପୁରୀ ଆସିଥିବା ବେଳେ ନବୀନଙ୍କୁ ଦେଖାକରିବେ ଓ ଏହି ସମୟରେ ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ପ୍ରସ୍ତାବିତ ଜାଗା ସମ୍ପର୍କରେ ମଧ୍ୟ ନବୀନ ଙ୍କ ସହ ଆଲୋଚନା କରିବେ ବୋଲି ଜଣା ପଡିଛି । କେବଳ ଏହି ଗୋଟିଏ ପ୍ରସଙ୍ଗ ନୁହେଁ ଅନେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ ସହ ମମତା ବାନାର୍ଜୀ ଆଲୋଚନା କରିବେ । ତେବେ ନିକଟରେ ଯେଉଁ ଚର୍ଚ୍ଚା ହେଉଥିଲା ପୁରୀରେ ହେବ ପଶ୍ଚିମବଙ୍ଗ ଭବନ । ତେବେ ଗତକାଲି ମମତା ଓଡ଼ିଶାରେ ପହଞ୍ଚିବା ପରେ ସେହି ଜାଗା ଦେଖି ଥିଲେ ଓ ସେହି ଯାହା ମମତାଙ୍କୁ ବେଶ୍ ପସନ୍ଦ ଆସିଥିବା କହିଥିଲେ। ଏଣିକି ପୁରୀ ଆସିଲେ ଆଉ ବେଙ୍ଗଲ ପର୍ଯ୍ୟଟକଙ୍କୁ ରହିବାକୁ କୌଣସି ସମସ୍ୟା ହେବନି । କାରଣ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ପୁରୀ ଆସୁଥିବା ବେଳେ ରହିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏବେ ଆଉ କୌଣସି ସମସ୍ୟା ହେବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।ସେପଟେ ଯେହେତୁ ପୁରୀରେ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ହେବାକୁ ଯାଉଛି । ଏହା ଫଳରେ ପୁରୀରେ ପଶ୍ଚିମବଙ୍ଗ ଭବନ ଏକ ଲାଭଦାୟକ ପ୍ରୋଜେକ୍ଟ ବୋଲି ଦିଦି କହିଛନ୍ତି ।