ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଙ୍କୁ ଚାକିରିରୁ ବାଧ୍ୟତାମୂଳକ ବିଦା

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବାଧ୍ୟତାମୂଳକ ବିଦା କଲା ସରକାର ।
ଦୁର୍ନୀତି ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ପ୍ରଶାନ୍ତ କୁମାର ରାଉତଙ୍କ ଆଖି ଖୋସି ଦେଲା ଭଳି ସମ୍ପତ୍ତି ଠାବ ହେବା ପରେ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର । ତେବେ ପ୍ରଥମ ଥର ନୁହେଁ ପୂର୍ବରୁ ଲାଞ୍ଚ ନେଇ ଜେଲ ଯାଇ ସାରିଛନ୍ତି ପ୍ରଶାନ୍ତ । ୨୦୧୮ ନଭେମ୍ବର ୬ ରେ ସୁନ୍ଦରଗଡ଼ ଜିଲ୍ଳା ବିସ୍ରା ବ୍ଲକରେ ବିଡ଼ିଓ ଥିବା ବେଳେ ପିଇଓଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ ପ୍ରଶାନ୍ତ । ଏହାପରେ ପରେ ତାଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଥିଲା । କିନ୍ତୁ ୨୦୨୦ରେ ତାଙ୍କ ଉପରୁ ନିଲମ୍ବନ ଉଠିବା ପରେ ପଦୋନ୍ନତି ପାଇ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।

ପ୍ରଶାନ୍ତଙ୍କ ରାଜନୈତିକ ଲିଙ୍କ୍ ରହିଛି କି ? ଏ ପର୍ୟ୍ୟନ୍ତ ପ୍ରଶାନ୍ତଙ୍କ ଠାରୁ ମୋଟ ୩ କୋଟି ୨ ଲକ୍ଷ ୩୦ ହାଜର ୮୦୦ ଟଙ୍କା ନଗଦ ଜବତ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଚାକିରିରୁ ବିଦା କଲେ ସରକାର । ଦୁର୍ନୀତି ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ପ୍ରଶାନ୍ତ କୁମାର ରାଉତଙ୍କ ଆଖି ଖୋସି ଦେଲା ଭଳି ସମ୍ପତ୍ତି ଠାବ ହେବା ପରେ ତାଙ୍କୁ ଚାକିରିରୁ ବିଦା କରିଛନ୍ତି ରାଜ୍ୟ ସରକାର ।
ତେବେ ପ୍ରଥମ ଥର ନୁହେଁ ପୂର୍ବରୁ ଲାଞ୍ଚ ନେଇ ଜେଲ ଯାଇ ସାରିଛନ୍ତି ପ୍ରଶାନ୍ତ । ୨୦୧୮ ନଭେମ୍ବର ୬ ରେ ସୁନ୍ଦରଗଡ଼ ଜିଲ୍ଳା ବିସ୍ରା ବ୍ଲକରେ ବିଡ଼ିଓ ଥିବା ବେଳେ ପିଇଓଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଥିଲେ ପ୍ରଶାନ୍ତ । ଏହାପରେ ପରେ ତାଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇଥିଲା । କିନ୍ତୁ ୨୦୨୦ରେ ତାଙ୍କ ଉପରୁ ନିଲମ୍ବନ ଉଠିବା ପରେ ପଦୋନ୍ନତି ପାଇ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲପାଳ ଭାବେ ନିଯୁକ୍ତି ଦିଆଯାଇଥିଲା ।ପ୍ରଶାନ୍ତଙ୍କ ରାଜନୈତିକ ଲିଙ୍କ୍ ରହିଛି କି ? ଏ ପର୍ୟ୍ୟନ୍ତ ପ୍ରଶାନ୍ତଙ୍କ ଠାରୁ ମୋଟ ୩ କୋଟି ୨ ଲକ୍ଷ ୩୦ ହାଜର ୮୦୦ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଏହାସହ ଭୁବନେଶ୍ଵର କାନନ ବିହାରରେ ଏକ ବିଳାସପୂର୍ଣ୍ଣ ଦୁଇ ମହଲା ଘର, କଟକ ଓ ଭୁବନେଶ୍ବରରେ ୪ଟି ପ୍ଲଟ ସହ ଉମରକୋଟରେ ଏକ ବେନାମୀ ପ୍ଲଟ ଥିବା ଜଣାପଡିଛି । ସେହିପରି ଭୁବନେଶ୍ବରରେ ଏକ ବେନାମୀ ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ ଠାରୁ ୨୧ ଲକ୍ଷ ଟଙ୍କା ଜମା କରିଛନ୍ତି ପ୍ରଶାନ୍ତ । ବ୍ୟାଙ୍କ ଓ ବୀମାରେ ୪୧ ଲକ୍ଷ ଟଙ୍କା ଜମା ଥିବା ବେଳେ ୩୭ ଲକ୍ଷ ଟଙ୍କାର ଦୁଇଟି ୪ ଚକିଆ ଯାନ ଓ ଗୋଟିଏ ୨ ଚକିଆ ଯାନ ସହ ୨୧ ଲକ୍ଷ ୩୫ ହାଜର ଟଙ୍କାର ସୁନା ଗହଣା ଥିବା ଜଣାପଡିଛି । ସେହିପରି ନିଜ ଝିଅର ମେଡିକାଲ ପାଠ ପଢା ଏବଂ ପୁଅର ପାଠ ପଢା ବାବଦକୁ ୮୭ ଲକ୍ଷ ଟଙ୍କା ପ୍ରଶାନ୍ତ ଖର୍ଚ୍ଚ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp