ଦ୍ୱିତୀୟ ଟେଷ୍ଟ ଅଧାରୁ ବାଦ୍ ପଡିଲେ ଓ୍ଵାର୍ଣ୍ଣର |
ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଚାଲିଥିବା ବେଳେ ଦଳରୁ ବାଦ୍ ପଡିଲେ ଡେଭିଡ ଓ୍ଵାର୍ଣ୍ଣର । ପ୍ରଥମ ଇନିଂସରେ ସିରାଜଙ୍କ ବଲ୍ ଓ୍ଵାର୍ଣ୍ଣର ମୁଣ୍ଡରେ ବାଜିଥିଲା। ଏବେ ଆହତଜନିତ ସମସ୍ୟା ଯୋଗୁଁ ଟିମରୁ ବାଦ୍ ପଡିଲେ ।ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି। ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍ ଡେଭିଡ ଓ୍ଵାର୍ଣ୍ଣର ଟେଷ୍ଟରୁ ବାଦ୍ ପଡିଛନ୍ତି । ଓ୍ଵାର୍ଣ୍ଣରଙ୍କ ମୁଣ୍ଡରେ ବଲ୍ ବାଜିଥିଲା, ଯେଉଁଥିପାଇଁ ଟିମ୍ରୁ ବାଦ୍ ପଡିଛନ୍ତି । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ମହମ୍ମଦ ସିରାଜଙ୍କ ବାଉନ୍ସର ବଲ୍ ଓ୍ଵାର୍ଣ୍ଣରଙ୍କ ମୁଣ୍ଡରେ ବସିଥିଲା । ପୂର୍ବରୁ ତାଙ୍କ ହାତରେ ବାଜିଥିବା ବେଳେ ଦ୍ୱିତୀୟ ବଲ ମୁଣ୍ଡରେ ଲାଗିଥିଲା । ଆହତ ଯୋଗୁଁ ଫିଲ୍ଡିଂ କରିବାକୁ ଫେରିନଥିଲେ ଓ୍ଵାର୍ଣ୍ଣର ।
ଟିମରୁ ବାଦ୍ ପଡିବା ପରେ ତାଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ମାଥ୍ୟୁ ରେନସାଙ୍କୁ ସ୍ଥାନ ମିଳିଛି। ଓ୍ଵାର୍ଣ୍ଣର ପ୍ରଥମ ଇନିଂସରେ ୪୪ ବଲରେ ୩ଟି ଚଉକା ମାରି ୧୫ ରନ୍ କରିଥିଲେ । ୧୬ ଓଭରରେ ମହମ୍ମଦ ସିରାଜଙ୍କ ଦ୍ୱିତୀୟ ବଲରେ ଆଉଟ୍ ହୋଇଥିଲେ । ପ୍ରଥମ ଟେଷ୍ଟରେ ମଧ୍ୟ ପ୍ରଥମ ଇନିଂସରେ ୧ ରନ୍ ଏବଂ ଦ୍ୱିତୀୟ ଇନିଂସରେ ୧୦ ରନ୍ କରି ଆଉଟ୍ ହୋଇଥିଲେ ।ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ୍ ହୋଇଥିଲା ।ଉସମାନ ଖ୍ୱାଜା ୮୧ ରନର ଇନିଂସ ଖେଳିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ଶେଷ ଯାଏ ଲଢ଼େଇ କରିବା ସହ ଅପରାଜିତ ୭୨ ରନର ଇନିଂସ ଖେଳିଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୫୦ ରନରେ ପ୍ରଥମେ ୱିକେଟ ଭାବେ ଡାଭିଡ ୱାର୍ଣ୍ଣର(୧୫)ଙ୍କୁ ହରାଇଥିଲା। ଏହାପରେ ଖ୍ୱାଜା ଓ ମାର୍ନସ ଲାବୁଶେନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୪୧ ରନ ଯୋଡ଼ିବା ସହ ଭାରତ ହାତରୁ ମ୍ୟାଚ୍ କାଢ଼ି ନେବାକୁ ଚେଷ୍ଟା କରିଥିଲେ।