ଦ୍ଵାର ପାଳ ସହିତ କ୍ରୀତଦାସ ହେବାକୁ ରାଜି ।

ଲୋକଙ୍କ ପାଇଁ କାମ କରିବେ ଲୋକଙ୍କର କ୍ରିତଦାସ ବି ହୋଇ ପାରିବେ । ରାଜନୀତି ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଆସିଛି ଲୋକଙ୍କ ପାଇଁ କାମ କରୁଛି । ଓଡିଶାବାସୀଙ୍କ କାମ ପାଇଁ ଦ୍ବାରପାଳ କଣ, ଦରକାର ପଡିଲେ ସେ କ୍ରୀତଦାସ ହେବାକୁ ବି ରାଜି ଅଛିନ୍ତି । କେବଳ ଏତିକି ନୁହେଁ ଦଳ ପାଇଁ, ମାନେ ବିଜେଡିର ମୂଲିଆ ହେବାକୁ ବି ସେ ପ୍ରସ୍ତୁତ ଅଛନ୍ତି । ହଁ ଆଜ୍ଞା ଏଭଳି କିଛି କହି ନିଜର ପ୍ରତିକ୍ରିୟା ରଖିଛନ୍ତି ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ । ଦଳର ସୁପ୍ରିମୋ ସବୁବେଳେ କୁହନ୍ତି, ଆମେ ରାଜନେତାମାନେ ଲୋକଙ୍କ ସେବକ । ସେହି ଆଦର୍ଶରେ ଆମେ ଲୋକଙ୍କ ପାଇଁ କାମ କରୁଛୁ । ଆଉ ନବରଙ୍ଗପୁରବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ଜିତାଇ ଆସୁଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ନବରଙ୍ଗପୁରରୁ ବିପୁଳ ସମର୍ଥନ ମିଳିଥିଲା । ନିର୍ବାଚନ ପରେ ନବରଙ୍ଗପୁରର ବିଭିନ୍ନ ସମସ୍ୟାକୁ ନେଇ ଏଠାକାର ଲୋକେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ନବରଙ୍ଗପୁର ଆସିଥିଲେ ବୋଲି କହିଛନ୍ତି ପ୍ରଣବ । ତେବେ ନିର୍ବାଚନ ପୂର୍ବରୁ ସମସ୍ତେ ସମସ୍ତଙ୍କ ପ୍ରତିଶ୍ରୁତି ପୁରଣ କରୁଥିବା ବେଳେ ଏବେ ବେଶ୍ ଆକ୍ଟିଭି ମୁଡ଼ରେ ଅଛନ୍ତି ପ୍ରଣବ ପ୍ରକାଶ । ସେପଟେ ପ୍ରଣବ ପ୍ରକାଶ ଦାସଙ୍କ ଏଭଳି ପ୍ରତିକ୍ରିୟା ପରେ ଲୋକେ ଆଲୋଚନା କରୁଛନ୍ତି ନିର୍ବାଚନ ପୂର୍ବରୁ ଯେଉଁ ଭଳି କଥା କହି ଲୋକଙ୍କର ଆହୁରି ନିକଟତର୍ ହେଉଛନ୍ତି ପ୍ରଣବ ସେହି ଭଳି ନିର୍ବାଚନ ପରେ ମନେ ରହିବ ତ ପ୍ରଣବଙ୍କ ଏହି କଥା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp