ଦେଶର ଯେକୌଣସି ବ୍ୟାଙ୍କରେ ବଦଳାଇ ହେବ ୨୦୦୦ ଟଙ୍କିଆ ନୋଟ୍
ସେପ୍ଟେମ୍ବର ୩୦ ପରେ ମଧ୍ୟ ୨ ହଜାର ଟଙ୍କିଆ ନୋଟ୍ ଆଇନଗତ ବୈଧ ରହିବ। ଏକାଥରେ ୧୦ ଖଣ୍ଡ ଦୁଇ ହଜାର ଟଙ୍କିଆ ବା ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବଦଳାଯାଇପାରିବ। କୌଣସି ବ୍ୟକ୍ତିଙ୍କର ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ସେ ତାଙ୍କ ନୋଟ୍କୁ ବଦଳାଇ ପାରିବେ। ଆଜିଠୁ ବ୍ୟାଙ୍କ୍କୁ ଫେରିବ ୨ ହଜାର ଟଙ୍କିଆ ନୋଟ୍। ଯେ କୌଣସି ବ୍ୟାଙ୍କ ଶାଖାକୁ ଯାଇ ଜଣେ ୨ ହଜାର ଟଙ୍କିଆ ନୋଟ୍ ବଦଳ କରିପାରିବେ। ଆର୍ବିଆଇର ୧୯ଟି ଆଞ୍ଚଳିକ ଶାଖାରେ ମଧ୍ୟ ବଦଳ କରି ହେବ । ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି ଜନତାଙ୍କୁ ଆଶ୍ୱାସନା ଦେଇଛନ୍ତି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ନୋଟ୍ ବଦଳାଇବାକୁ ସେପ୍ଟେମ୍ବର ୩୦ ତାରିଖ ଅର୍ଥାତ୍ ୪ ମାସ ସମୟ ଅଛି। ତେଣୁ ବ୍ୟସ୍ତ ନହେବା ସହ ବ୍ୟାଙ୍କଗୁଡିକରେ ଅକାରଣରେ ଭିଡ଼ ନକରିବାକୁ ସେ ପରାମର୍ଶ ଦେଇଛନ୍ତି। ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକଙ୍କ ପାଇଁ େଓ୍ଵଟିଂ ସ୍ପେଶ, ପାନୀୟ ଜଳ ଆଦିର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛି ଆରବିଆଇ ।
ଦିନକରେ କେତେ ୨ ହଜାର ଟଙ୍କିଆ ନୋଟ ଜମା ଓ ବଦଳ ହେଲା ତା’ର ରିପୋର୍ଟ ଦେବାକୁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ରହିଛି । ଅର୍ଥାତ କୌଣସି କିଣାବିକା ଓ ଦେୟ ପ୍ରଦାନରେ ୨ ହଜାର ଟଙ୍କିଆ ନୋଟ୍ ବ୍ୟବହାର କରାଯାଇପାରିବ । ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଗ୍ରାହକଙ୍କୁ କୌଣସି ଫର୍ମ ଭରିବାକୁ ପଡ଼ିବନି କିମ୍ବା ପରିଚୟପତ୍ର ଦେବାକୁ ପଡିବ ନାହିଁ ।କୌଣସି ବ୍ୟକ୍ତିଙ୍କର ବ୍ୟାଙ୍କରେ ଆକାଉଣ୍ଟ ନଥିଲେ ବି ସେ ତାଙ୍କ ନୋଟ୍କୁ ବଦଳାଇ ପାରିବେ। ନିଜ ବ୍ୟାଙ୍କ ଜମା ଖାତାରେ ଯେ କୌଣସି ପରିମାଣର ନୋଟ୍ ଜମା କରିହେବ। ବର୍ତ୍ତମାନ ନିୟମ ରହିଛି ୫୦ ହଜାରରୁ ଅଧିକ ଟଙ୍କା ଜମା କଲେ, ପ୍ୟାନ୍ ନମ୍ବର ଦେବାକୁ ପଡିବ। ସେହି ନିୟମ ୨ ହଜାର ଟଙ୍କିଆ ନୋଟ୍ କ୍ଷେତ୍ରରେ ଲାଗୁ ହେବ।