ଦେଶରେ ବଢ଼ୁଛି ସଂକ୍ରମଣ |
ଦେଶରେ କାୟା ମେଲାଉଛି କରୋନା। ସଂକ୍ରମଣ ବଢି ଚାଲିଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି । ଦେଶରେ ଗତ ୨୪ଘଣ୍ଟାରେ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଟି ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଦିନକରେ ୧୨ହଜାର ୫୯୧ କରୋନା ପଜିଟିଭ ଚିହ୍ନଟ ହୋଇଛି । ସେପଟେ ଦିନକରେ ସୁସ୍ଥ ହୋଇଛନ୍ତି ୧୦ ହଜାର ୮୨୭ ଆକ୍ରାନ୍ତ । ଏବେ ସୁଦ୍ଧା ମୋଟ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୬୫ ହଜାର ୨୮୬କୁ ବୃଦ୍ଧି ପାଇଛି ।