ଦେଶରେ କରୋନା ସଂକ୍ରମଣ ବୃଦ୍ଧି |
ଦିନକୁ ଦିନ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି | ଦୁଇ ଦିନ ପରେ ଦୈନିକ ସଂକ୍ରମଣ ୧୦ ହଜାର ପାର କରିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୦ହଜାର ୫୪୨ । ଆଉ ୨୭ ଜୀବନ ନେଇଛି ପ୍ରାଣଘାତୀ କରୋନା । ଗତକାଲି ଅପେକ୍ଷା ସଂକ୍ରମଣ ୩୮ ପ୍ରତିଶତ ବଢ଼ିଛି ।ଗତକାଲି ସାରା ଦେଶରୁ ବାହାରିଥିଲେ ୭ହଜାର ୬୩୩ । ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏବେ ଦେଶରେ ଦୈନିକ ସଂକ୍ରମଣ ହାର ରହିଛି ୪.୩୯ ପ୍ରତିଶତ । ମହାରାଷ୍ଟ୍ରରେ ସର୍ବାଧିକ ୬, ଦିଲ୍ଲୀରେ ୫, ଛତିଶଗଡ଼ରେ ୪ ଓ କର୍ଣ୍ଣାଟକରେ କରୋନାରେ ଆଉ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦେଶରେ ୬୦ ହଜାର ପାର କରିଛି କରୋନା ଆକ୍ଟିଭ୍ କେସ୍ । ଏବେ ମୋଟ୍ କରୋନା ସକ୍ରିୟ ମାମଲା ରହିଛି ୬୩ହଜାର ୫୬୨ ।