ଦେଶରେ କମୁଛି କୋଭିଡ ସଂକ୍ରମଣ ।
ଦେଶ କମିବାରେ ଲାଗିଛି କୋଭିଡ ସଂକ୍ରମଣ । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆସିଲା ଅସ୍ବସ୍ତିକର ଖବର |ଦିନକୁ ଦିନ କମିବାରେ ଲାଗିଛି କୋଭିଡ଼ ସଂକ୍ରମଣ | ଦେଶରେ ଗତ ୨୪ ଘଣ୍ଟାରେ ୭ ହଜାର ୬୩୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦିନକରେ ୧୧ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ସଂକ୍ରମିତ ହୋଇଥିଲେ ୯ ହଜାର ୧୧୧ । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ ହଜାର ୭୦୨ ।ଦେଶରେ କରୋନା ସକ୍ରିୟ ମାମଲା ରହିଛି ୬୧ ହଜାର ୨୩୩। ଏପଟେ ରାଜ୍ୟରେ ବି କମୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୦୦କୁ ବୃଦ୍ଧି ପାଇଛି। ଦିନକରେ ସୁସ୍ଥ ହୋଇଛନ୍ତି ୧୩୯ କରୋନା ଆକ୍ରାନ୍ତ।