ଦୁଷ୍କର୍ମ ଅଭିଯୋଗ ଆଣିଲେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ।
ଦୁଷ୍କର୍ମ ଅଭିଯୋଗ ଆଣିଲେ ନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ,ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବ ପତ୍ନୀ ଆଲିଆ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ମାମଲା ଦାଏର କରିଛନ୍ତି ।କହିଛନ୍ତି ନଓ୍ଵାଜୁଦ୍ଦିନ ତାଙ୍କ ପିଲାଙ୍କୁ କଷ୍ଟଡିକୁ ନେବାକୁ ଚାହୁଁଛନ୍ତି। ଯେଉଁ ବ୍ୟକ୍ତି ଆଜିଯାଏ ପିଲାଙ୍କର କୌଣସି ଦାୟିତ୍ୱ ନେଇନାହାନ୍ତି ସେ କୋର୍ଟରେ ରକ୍ଷଣାବେକ୍ଷଣା ପାଇଁ ଦାବି କରିଛନ୍ତି। ଏହାସହ ନୱାଜୁଦ୍ଦିନ ତାଙ୍କୁ କିଛି ଆର୍ଥିକ ସହାୟତା କରୁନଥିବାରୁ ସେ ଗମ୍ଭୀର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । ସେ ବର୍ସାବା ପୁଲିସରେ ନୱାଜୁଦ୍ଦିନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାଏର କରିଛନ୍ତି । ହେଲେ ଯାହା ବି ହୋଇଯାଉ ନିଜ ପାଖରୁ ନିଜ ପିଲାକୁ କେବେହେଲେ ବି ଏଭଳି ଅବିବେକି ଲୋକଙ୍କ ହାତରେ ଟେକିଦେବେ ନାହିଁ ବୋଲି କହିଛନ୍ତି ଆଲିଆ । ନଓ୍ଵାଜ ତାଙ୍କୁ କେବେ ପତ୍ନୀର ଅଧିକାର ଦେଇନାହାନ୍ତି। କିନ୍ତୁ ସେ ସବୁବେଳେ ସ୍ୱାମୀ ଭାବେ ଗ୍ରହଣ କରିଛନ୍ତି । ତେବେ ଆଇନ ଓ କୋର୍ଟ ଉପରେ ସମ୍ପୂର୍ଣ୍ଣ ଭରସା ଥିବା କହିଛନ୍ତି। ଫଳାଫଳ ତାଙ୍କ ସପକ୍ଷରେ ଆସିବ ବୋଲି କହିଛନ୍ତି।