ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ସ୍ନେହଲ ରାୟ |
ଅଭିନେତ୍ରୀ ସ୍ନେହଲ ରାୟ ଆହତ ହୋଇଛନ୍ତି । ଅଭିନେତ୍ରୀ ସ୍ନେହଲ ପୁନେ ଯାଉଥିବା ବେଳେ ଦୁଘର୍ଟଣା ଥିଲା । ତାଙ୍କ କାରକୁ ଏକ ଟ୍ରକ ଧକ୍କା ମାରିଛି । ଏହି ଦୁର୍ଘଟଣାରେ ତାଙ୍କ କାର ନଷ୍ଟ ହୋଇଯାଇଛି । ତାଙ୍କ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଅଭିନେତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।ଖବର ମୁତାବକ, ଅଭିନେତ୍ରୀ ଜଣକ କାରରେ ପୁନେ ଯାଉଥିବା ବେଳେ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାର୍ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଅଭିନେତ୍ରୀ ଅଳ୍ପ ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଛନ୍ତି ଅଭିନେତ୍ରୀ । ଅଭିନେତ୍ରୀ ଜଣକ ଏହି ମାମଲାରେ ଟ୍ରକ ଡ୍ରାଇଭରକୁ ତାଗିଦ୍ କରିଥିବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲା ।ପରେ ଅଭିନେତ୍ରୀ ଜଣକ ନିକଟସ୍ଥ ପୋଲିସ ଷ୍ଟେସରେ ଅଭିଯୋଗ କରିଥିଲେ । ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି । ଏହାପରେ ଅଭିନେତ୍ରୀ ଜଣକ କହିଛନ୍ତି, ମୋ ଡ୍ରାଇଭର ମୋ ଜୀବନ ବଞ୍ଚାଇଛନ୍ତି । ସେଥିପାଇଁ ତାଙ୍କୁ ଧନ୍ୟବାଦ । ସ୍ନେହଲ ଲୋକପ୍ରିୟ ଶୋ ‘ଇସ୍କ କା ରଙ୍ଗ ସଫେଦ’ରେ ନଜର ଆସୁଛନ୍ତି ।