ଦୁର୍ଗା ପ୍ରସାଦଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି
ହୋଟେଲରେ କାହିଁକି କଲେ ଆତ୍ମହତ୍ୟା ? ଗର୍ଲଫ୍ରେଣ୍ଡ ସହ କଣ ହୋଇଥିଲା ଝଗଡ଼ା? ଏହିଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ। ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଚଳାଇଛି ଖଣ୍ଡଗିରି ଥାନା ପୋଲିସ ।
ଏହି ଘଟଣାରେ ଗର୍ଲଫ୍ରେଣ୍ଡ ଓ ଦୁଇ ସାଙ୍ଗକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । ଦୁର୍ଗା ପ୍ରସାଦ, ତାଙ୍କ ଗର୍ଲଫ୍ରେଣ୍ଡ ଓ ତାଙ୍କ ଦୁଇ ସାଙ୍ଗଙ୍କ ମୋବାଇଲ ଫୋନକୁ ଯାଞ୍ଚ ର ପରିସରଭୁକ୍ତ କରାଯାଇଛି । ଓୟୋ ହୋଟେଲର ସିସିଟିଭି କ୍ୟାମେରା ଫୁଟେଜକୁ ମଧ୍ୟ ଟିକିନିକି ଯାଞ୍ଚ କରାଯାଉଛି ।
ହୋଟେଲର କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା ଚଲାଇଛି ପୋଲିସ । ଦୁର୍ଗାଙ୍କ ପକେଟରୁ ଏକ କାଚ ଖଣ୍ଡ ମିଳିଛି । ହାତରେ ଥିବା କଟା ଦାଗକୁ ନେଇ ସନ୍ଦେହ ଆହୁରି ବଢ଼ିବାରେ ଲାଗିଛି । ଜାଗମରାରେ ଥିବା ଓୟୋ ହୋଟେଲରେ ପ୍ରେମିକାର ଜନ୍ମ ଦିନ ପାଇଁ ଗର୍ଲଫ୍ରେଣ୍ଡ ଓ ସାଙ୍ଗଙ୍କ ସହ କଟକରୁ ଆସିଥିଲେ ଦୁର୍ଗା ପ୍ରସାଦ ମିଶ୍ର । ଓୟୋରୁ ତାଙ୍କର ଝୁଲନ୍ତା ମୃତଦେହ କୁ ଉଦ୍ଧାର କରିଥିଲା ପୋଲିସ ।ପ୍ରାଥମିକ ତଦନ୍ତରୁ ପ୍ରେମିକାଙ୍କ ସହ କୌଣସି କଥାକୁ ନେଇ ଦୁର୍ଗାଙ୍କର ବଚସା ହୋଇଥିବା ଜାଣିବାକୁ ପାଇଛି ପୋଲିସ । ଶବ ବ୍ୟବଚ୍ଛେଦ ସରିଥିବା ବେଳେ ଏବେ ରିପୋର୍ଟକୁ ରହିଛି ଅପେକ୍ଷା ।
