ଦିଲ୍ଲୀ BBC କାର୍ଯ୍ୟାଳୟରେ ଆୟକର ଚଢ଼ାଉ।

ଆୟକର ବିଭାଗର ଏକ ଟିମ୍ ଭାରତର ବିବିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସବିଶେଷ ତଥ୍ୟ ଅନୁଯାୟୀ, ଦିଲ୍ଲୀ BBC କାର୍ଯ୍ୟାଳୟରେ ଆୟକର ଚଢ଼ାଉ। କାର୍ଯ୍ୟାଳୟକୁ ସିଲ୍ କରିଛି ଆୟକର ବିଭାଗ। କର୍ମଚାରୀଙ୍କ ଫୋନ୍ ଜବତ ହୋଇଛି। ଚଢ଼ାଉ ନେଇ ବିବିସିର ଲଣ୍ଡନସ୍ଥିତ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି। ବିବିସି କାର୍ଯ୍ୟାଳୟରେ ଜାରି ରହିଛି ଖୋଳତାଡ। ରେଡରେ ସାମିଲ ଅଛନ୍ତି ୬୦ରୁ ୭୦ ଜଣ ଅଫିସର ଓ କର୍ମଚାରୀ।

ଅନ୍ୟପକ୍ଷରେ, ଆୟକରର ଏକ ସୂତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କହିଛି କି, ଏହା ଆୟକର ଟିମ୍‌ର ଏକ ସର୍ଭେ। କିନ୍ତୁ ଏ ପର୍ଯ୍ୟନ୍ତ ଆୟକର ବିଭାଗ ତରଫରୁ ଏ ନେଇ କୌଣସି ଅଫିସିଆଲ ସୂଚନା ଦିଆଯାଇ ନାହିଁ।ସେପଟେ କଂଗ୍ରେସ ଆଇଟିର ଏହି କାର୍ଯ୍ୟାନୁଷ୍ଠାନକୁ BBC ଡକ୍ୟୁମେଣ୍ଟାରୀ ଉପରେ ନିଷେଧାଦେଶ ସହିତ ଯୋଡିଛି। କଂଗ୍ରେସ ଟ୍ଵିଟ୍‌ କରି କହିଛି, ପ୍ରଥମେ BBCର ଡକ୍ୟୁମେଣ୍ଟାରୀ ଆସିଥିଲା, ତାହାକୁ ବ୍ୟାନ୍‌ କରାଯାଇଥିଲା। ଏବେ BBC ଉପରେ ଆୟକର ଚଢ଼ାଉ କରିଛି। ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp