ଦିଲ୍ଲୀ ଗ୍ରସ୍ତ ରେ ମୁଖ୍ୟମନ୍ତ୍ରୀ :ଅସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟର କରିବେ ସମୀକ୍ଷା
ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ । ୧୧ ଓ ୧୨ତାରିଖ ଦୁଇ ଦିନ ଧରି ଦିଲ୍ଲୀରେ ରହିବେ । କେନ୍ଦ୍ର ସରକାରରେ ପଡ଼ିରହିଥିବା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟର ସେ ସମୀକ୍ଷା କରିବେ ସେଠାରେ ମୁଖ୍ୟମନ୍ତ୍ରୀ ଅଧା ପଡ଼ି ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟର ସମୀକ୍ଷା କରିବେ | ଏହା ସହ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ମେ’ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସୂଚନା ମିଳିଛି । ତେବେ ଏହି ଗସ୍ତ ସମୟରେ ସେ କୌଣସି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ମେ’ ୯ ତାରିଖରେ ଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଆଜି ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଥିଲା । ତେଣୁ ନବୀନ ନିଜ ଦିଲ୍ଲୀ ଗସ୍ତକୁ ଦିନକ ପାଇଁ ଘୁଞ୍ଚାଇ ଥିଲେ ।