ଦିଲ୍ଲୀ ଓ ମୁମ୍ବାଇ ଅଫିସକୁ ବନ୍ଦକଲା ଟ୍ଵିଟର |
ଭାରତରେ ଅଫିସକୁ ବନ୍ଦକଲା ଟ୍ଵିଟର । ଦିଲ୍ଲୀ ଓ ମୁମ୍ବାଇ ଅଫିସକୁ ବନ୍ଦ କରିଦେଇଛି ଟ୍ଵିଟର ,କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛି କମ୍ପାନୀ । ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ପାଇଁ ଟ୍ଵିଟର ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।ଭାରତରେ ନିଜର ଅଫିସକୁ ବନ୍ଦକଲା ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର । ଦେଶରେ ଥିବା ନିଜର ୩ଟି ଅଫିସ ମଧ୍ୟରୁ ୨ଟି ଅଫିସକୁ ଟ୍ଵିଟର ପକ୍ଷରୁ ବନ୍ଦ କରିଦିଆଯାଇଛି । ଦିଲ୍ଲୀ ଓ ମୁମ୍ବାଇ ଅଫିସକୁ ବନ୍ଦ କରିଦେଇଛି ଟ୍ଵିଟର । ଏହି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛି । କମ୍ପାନୀର ଆର୍ଥିକ ସ୍ଥିତିକୁ ସ୍ଥିର ରଖିବା ପାଇଁ ଟ୍ଵିଟର ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି ।