ଦିଲ୍ଲୀରେ ପୁଣି ହତ୍ୟାକାଣ୍ଡ ।

ଦିଲ୍ଲୀରେ ପୁଣି ଶ୍ରଦ୍ଧା ଓ୍ଵାକର ଭଳି ହତ୍ୟାକାଣ୍ଡ । ପ୍ରେମିକାକୁ ମାରି ଢାବାରେ ଥିବା ଫ୍ରିଜରେ ରଖିଥିଲା ପ୍ରେମିକ ।ମଙ୍ଗଳବାର ଦିନ ଦିଲ୍ଲୀ ପୋଲିସ ଦ୍ୱାରା ଜଣେ ବ୍ୟକ୍ତି ତାଙ୍କ ଲାଇଭ-ଇନ୍ ପାର୍ଟନରଙ୍କୁ କାରରେ ଡାଟା କେବୁଲ୍‌ରେ ଗାଳିଗୁଲଜ କରିବା ସହ ତାଙ୍କ ମୃତଦେହକୁ ତାଙ୍କ ଧବାରେ ଏକ ରେଫ୍ରିଜରେଟରରେ ରଖିବା ଅଭିଯୋଗରେ ଗିରଫ କରାଯାଇଥିଲା। ଫେବୃଆରୀ ୧୦ ରେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।

ଏକାଠି ଫେରାର ହେବା ନହେଲେ ଆତ୍ମହତ୍ୟା କରିବାର ଥିଲା ପ୍ଲାନ୍‌ । ହେଲେ ଶେଷରେ ଧୋକା ଦେଇ ପ୍ରେମିକର ତଣ୍ଟି ଚିପି ହତ୍ୟା କଲା ପ୍ରେମିକ । ଆଉ ଉଭୟ ଥିଲେ ଲିଭ୍‌ ଇନ ପାର୍ଟନର । ନଜଫଗଡ଼ ଉପକଣ୍ଠସ୍ଥ ଏକ ଗାଁରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ବିବାହର ଗୋଟେ ଦିନ ପୂର୍ବରୁ ପ୍ରେମିକାକୁ ମାରିବା ପରେ ଅଭିଯୁକ୍ତ ଜଣକ ମୃତଦେହକୁ ଫ୍ରିଜରେ ରଖିଥିଲା। ଆଉ ଅନ୍ୟତ୍ର ବିବାହ କରିଥିଲା ଅଭିଯୁକ୍ତ । ପ୍ରେମିକାକୁ ହତ୍ୟା କରିବା ପରେ ୪/୫ ଦିନ ଫ୍ରିଜରେ ରଖିଥିଲା ।

ସୂଚନାଯୋଗ୍ୟ, ମୃତ ମହିଳାଙ୍କ ନାଁ ନିକି ଯାଦବ । ଅଭିଯୁକ୍ତ ପ୍ରେମିକର ନାଁ ସାହିଲ ଗେହଲଟ। ମୋବାଇଲର ଡାଟା କେବୁଲରେ ତଣ୍ଟି ଚିପି ହତ୍ୟା କରିବା ପରେ ଫ୍ରିଜରେ ମୃତଦେହ ଲୁଚାଇ ରଖିଥିଲା। ଫେବ୍ରୁଆରୀ ୯-୧୦ ତାରିଖ ରାତିରେ ଘଟିଥିଲା ହତ୍ୟାକାଣ୍ଡ। ଢାବା ଫ୍ରିଜ ଭିତରୁ ମହିଳାଙ୍କ ଶବ ଜବତ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ମୃତ ନିକିଙ୍କ ଘର ହରିଆଣାରେ । ମିତ୍ରାଓଁ ଗାଁରେ ସାହିଲର ଘର। ୨୦୧୮ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଉଭୟ କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ବିବାହକୁ ନେଇ ବିବାଦରୁ ହତ୍ୟାକାଣ୍ଡ ଘଟିଛି। ସାହିଲକୁ ଅନ୍ୟତ୍ର ବିବାହ କରିବାକୁ ତାଙ୍କ ପରିବାର ଲୋକ ଚାପ ପକାଇଥିଲେ। ଗତ ୧୦ ତାରିଖରେ ସାହିଲର ବିବାହ ଅନ୍ୟ ସ୍ଥାନରେ ଚୂଡ଼ାନ୍ତ ହୋଇଥିଲା। ଏକଥା ନିକି ଜାଣିବା ପରେ ଉଭୟଙ୍କ ଭିତରେ ଯୁକ୍ତତର୍କ ହୋଇଥିଲା। ଆଉ ରାଗରେ ନିକିକୁ ହତ୍ୟା କରିଥିଲା ସାହିଲ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp