ଥରିଲା ତୁର୍କୀ ଓ ସିରିଆ

ତୁର୍କୀର ନୁରଦାଗି ଠାରୁ ୨୩ କିଲୋମିଟର ପୂର୍ବରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ମାତ୍ରା ୭.୮ ମାପ କରାଯାଇଛି। ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ପ୍ରକାଶ ପାଇଛି। ଦକ୍ଷିଣ ପୂର୍ବ ତୁର୍କୀରେ ଘଟିଥିବା ୭.୮ ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଯଦିଓ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯିବା କାରଣରୁ ମୃତ୍ୟୁ ସଂଖ୍ୟା ଅଧିକ ହେବାର ଆଶଙ୍କା ରହିଛି। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ଓସମାନିଆ ପ୍ରଦେଶରେ ପାଞ୍ଚ ଜଣ ଏବଂ ସିରିଆ ସହ ତୁର୍କୀର ସୀମା ନିକଟ ସାନଲିରୁଫାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି।

ସେହିଭଳି ଘର ଭାଙ୍ଗି ମାଟି ତଳେ ବହୁ ଲୋକ ଦବି ରହିଥିବା ଜଣାପଡିଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କ୍ଷୟକ୍ଷତି ଘଟିଥିବା ସ୍ଥାନ ଭୂକମ୍ପ କେନ୍ଦ୍ରସ୍ଥଳୀଠାରୁ ମାତ୍ର ୨୩ କିଲୋମିଟର ଦୂରରେ ରହିଛି । ତୋବ ଭୂମିକମ୍ପର ବିଭିନ୍ନ ଭୟାନକ ଚିତ୍ର ସାମନାକୁ ଆସିଛି । ଭୂମିକମ୍ପ ଯାଗୁ ଲୋକେ ଭୟରେ ଏଣେ ତେଣ ଦଉଡୁଥିବା ବେଳେ କିଛି ଲୋକ ଉଚ୍ଚ ବିଲ୍ଡିଂରୁ ତଳକୁ ଖସି ପଡୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp