ତ୍ୱଚାପାଇଁ ଘରୋଇ ଉପଚାର ,ଏବେ ସ୍ପେସିଆଲ ପାଇଁ ଦେବାକୁ ପଡ଼ିବନି ପଇସା |

ଆମେ ସମସ୍ତେ ଜାଣିଛନ୍ତି ପୁରୁଷଙ୍କ ଅପେକ୍ଷା ମହିଳାମାନେ ତାଙ୍କ ତ୍ୱଚାକୁ ଅଧିକ ଭଲ ପାଇଥାନ୍ତି , ସେଥିପାଇଁ ସେମାନେ ନିଜ ତ୍ବଚାରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟସ ବା ପାର୍ଲର ଯାଇ ନିଜ ମୁହାଣକୁ ଫେସିଆଲ କରିଥାନ୍ତି , କିପରି ସେମାନେ ସୁନ୍ଦର ଦେଖାଯିବେ । ଯାହା ଆପଣଙ୍କ ତ୍ବଚା ପାଇଁ ଲାଭ ହେବା ସହିତ କ୍ଷତି ମଧ୍ୟ ହୋଇଥାଏ। ପୂଜା ପାର୍ବଣରେ ସମସ୍ତେ ପ୍ରାୟ ସୁନ୍ଦର ଦେଖାଯିବାକୁ ଚାହିଁଥାନ୍ତି। ସେଥିଲାଗି ଆପଣ ଫେସିଆଲ କରିବାକୁ ଯୋଜନା ମଧ୍ୟ କରିଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଚେହେରାରେ ହଳଦିର ଏହି ସ୍କ୍ରବକୁ ବ୍ୟବହାର କରି ଆପଣ ଫେସିଆଲ ଭଳି ଚମକ କେମିତି ପାରିବେ।

ହଳଦିରେ ଆଣ୍ଟିଅକ୍ସିଡେଣ୍ଟସ,ଆଣ୍ଟି-ମାଇକ୍ରୋବିଅଲ ଏବଂ ଆଣ୍ଟି ଇମ୍ଫଲେମେଣ୍ଟାରୀ ଗୁଣ ମହଜୁଦ ହୋଇ ରହିଥାଏ ଯାହା ଆପଣଙ୍କ ତ୍ବଚାର ଧ୍ୟାନ ରଖିଥାଏ। ତ୍ବଚାରେ ଏହାର ବ୍ୟବହାର କରିବା ଦ୍ବାରା ଏହା କେବଳ ଆପଣଙ୍କର ଚେହେରାରେ ଚମକ ଆଣିନଥାଏ ବରଂ ଆପଣଙ୍କୁ ଅନେକ ପ୍ରକାରର ସଂକ୍ରମଣ ଠାରୁ ମଧ୍ୟ ଦୂରେଇ ରଖିଥାଏ। ହଳଦୀର ଏହି ସ୍କ୍ରବକୁ ବ୍ୟବହାର କରିବା ଦ୍ବାରା ଚର୍ମ ଜନିତ ସମସ୍ତ ସମସ୍ୟାକୁ ଅରାମରେ କମ୍ କରାଯାଇପାରିବ।ତ୍ୱଚାରେ ସ୍କ୍ରବ କରିବା ପାଇଁ ଆପଣଙ୍କୁ ଦରକାର( ହଳଦୀ ,ମହୁ ,ଚିନି)

ଏମିତି କରନ୍ତୁ ପ୍ରସ୍ତୁତ


ସର୍ବ ପ୍ରଥମେ ଏହି ସ୍କ୍ରବକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୨ ବଡ ଚାମଚ ହଳଦୀ ସହିତ ୨ ବଡ ଚାମଚ ମହୁ ମିଶାାଇ ଏହାର ଏକ ବହଳିଆ ପେଷ୍ଟ ପ୍ରସ୍ତୁତ କରନ୍ତୁ।ଏବେ ଏଥିରେ ୧ ବଡ ଚାମଚ ଚିନି ମିଶାଇ ଦିଅନ୍ତୁ। ଯଦି ଆପଣଙ୍କ ତ୍ବଚା ଅଧିକ ଡ୍ରାଏ ତେବେ ପେଷ୍ଟ ପ୍ରସ୍ତୁତ କରିବା ସମୟରେ ମହୁର ମାତ୍ରା ଅଳ୍ପ ବଢ଼ାଇ ଦିଅନ୍ତୁ।

କେମିତି କରିବେ ବ୍ୟବହାର


ଚେହେରାରେ ସ୍କ୍ରବ ଲଗାଇବା ପୂର୍ବରୁ ତ୍ବଚାକୁ ଭଲଭାବେ ଧୋଇ ସଫା କରିଦିଅନ୍ତୁ। ଏହାପରେ ସ୍କ୍ରବକୁ ତ୍ବଚା ଏବଂ ବେକରେ ଲଗାଇ ଦିଅନ୍ତୁ। ଏହାପରେ ହାଲୁକା ହାତରେ ଦୁଇ ତିନି ମିନିଟ ପର‌୍ୟ୍ୟନ୍ତ ସ୍କ୍ରବକୁ ମାଲିସ କରନ୍ତୁ। କିଛି ସମୟ ପରେ ଚେହେରାକକୁ ଧୋଇଦିଅନ୍ତୁ। ସପ୍ତାହରେ ଦୁଇ ଥର ହଳଦୀରେ ପ୍ରସ୍ତୁତ ହୋଇଥିବା ଏହି ସ୍କ୍ରବର ବ୍ୟବହାର କରନ୍ତୁ। ଆପଣ କିଛି ଦିନ ମଧ୍ୟରେ ଏହାର ଫରକ ଜାଣିପାରିବେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp