ତୃତୀୟ ବର୍ଡ଼ର ଗାଭାସ୍କର୍ ଟ୍ରଫିରେ କମାଲ କଲେ ଅଷ୍ଟ୍ରେଲିଆ ସ୍ପିନର |
ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ କମାଲ୍ କଲେ ଅଷ୍ଟ୍ରେଲିଆ ସ୍ପିନର, ୪ ଓ୍ଵିକେଟ ହରାଇ ୫୧ ରନରେ ଆଗୁଆ ଅଷ୍ଟ୍ରେଲିଆଇନ୍ଦୋରରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟରେ କମାଲ କରିଛନ୍ତି ଅଷ୍ଟ୍ରେଲିଆ ସ୍ପିନର । ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ହିଁ ୧୪ଟି ଓ୍ଵିକେଟ ଯାଇଛି। ଭାରତର ୧୦ଟି ଓ୍ଵିକେଟ ହରାଇ ୧୦୯ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ମଧ୍ୟ ପ୍ରଥମ ଇନିଂସରେ ୪ଟି ଓ୍ଵିକେଟ ଯାଇଛି ।ଟସ୍ ଜିତି ବ୍ୟାଟିଂ କରିଥିଲା ଭାରତ । ଭାରତ ବ୍ୟାଟିଂ କରି ମାତ୍ର ୧୦୯ ରନ୍ରେ ଅଲଆଉଟ୍ ହୋଇଗଲା। ଅଧା ଦିନରେ ଅଲଆଉଟ୍ ହେବା ପରେ ଜବାବରେ ଅଷ୍ଟ୍ରେଲିଆ ଦଳ ୪ ୱିକେଟ୍ ହରାଇ ୧୬୦ ରନ୍ କରିଛି। ଅଷ୍ଟ୍ରେଲିଆ ଏବେ ୫୧ ରନ କରି ଆଗୁଆ ରହିଛି ।
ଭାରତ ତରଫରୁ ସର୍ବାଧିକ ରନ୍ କରିଥିଲେ ବିରାଟ କୋହଲି। ବିରାଟ କୋହଲି(୨୨) କିଛି ସମୟ ଲଢ଼ିଥିଲେ ମଧ୍ୟ ଦଳକୁ ବିପର୍ଯ୍ୟୟରୁ ରକ୍ଷର କରିପାରି ନଥିଲେ। ଶେଷରେ ଭାରତୀୟ ଟିମ ଲଞ୍ଚ ପରେ ପରେ ୧୦୯ ରନ କରି ଅଲଆଉଟ ହୋଇଯାଇଥିଲା। ଶୁବମନ ଗିଲ୍ କରିଥିଲେ ୨୧ ରନ୍। ଅଷ୍ଟ୍ରେଲିଆର ମେଥ୍ୟୁ କୁହେନମ୍ୟାନ ନେଇଥିଲେ ୫ ୱିକେଟ୍। ଅଷ୍ଟ୍ରେଲିଆର ଉସମାନ ଖ୍ଵାଜା ୬୦ରନ୍ କରି ଆଉଟ୍ ହୋଇଥିଲେ। ରବିନ୍ଦ୍ର ଜାଡେଜା ୪ଟି ୱିକେଟ ନେଇଛନ୍ତି। ତୃତୀୟ ଟେଷ୍ଟ ଜିତିଲେ ଆଗୁଆ ସିରିଜ କବଜା କରିବ ଭାରତ । ସେପଟେ ପ୍ରଥମ ଦୁଇଟି ଟେଷ୍ଟ ହାରିବା ପରେ ଅଷ୍ଟ୍ରେଲିଆ ଦଳ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ରଣନୀତି ସହ ଖେଳୁଛି।