ତୁର୍କୀ ଓ ସିରିଆରେକୁ ସହାୟତାର ହାତ ବଢାଇଲା ଭାରତ |

ବ୍ୟୁରୋ :ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଛି ।ସୋମବାର ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂମିକମ୍ପର ଭୟଙ୍କର ପରିଣାମ ଦେଖିବାକୁ ମିଳିଛି । ଚାରିଆଡେ ବିନାଶର ପଦଚିହ୍ନ । ୭.୮ ତୀବ୍ରତାର ଭୂମିକମ୍ପ ଯୋଗୁଁ ବିଲ୍ଡିଂ ଗୁଡିକ ଆଖି ପିଛୁଳାକେ ଭୁଶୁଡି ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଭୂମିକମ୍ପ ଯୋଗୁଁ ୩୭୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇସାରିଛି ।

୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ଆଶଙ୍କା କରାଯାଉଛି । ଭୂକମ୍ପ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ତୁର୍କୀ । ଏଠାରେ ପାଖାପାଖି ୩ ହଜାର ଲୋକଙ୍କ ଜୀବନ ଯାଇଛି । ସିରିୟା ସୀମାକୁ ଲାଗିଥିବା ଏହି ଦେଶରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ସେହିପରି ସିରିୟାରେ ମଧ୍ୟ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ତୁର୍କୀରେ ପ୍ରଥମ ଝଟକା ଯୋଗୁ ୧୦ଟି ସହର ପ୍ରଭାବିତ ହୋଇଥିଲା । ତୁର୍କୀରେ ସପ୍ତାହେ ବ୍ୟାପୀ ଜାତୀୟ ଶୋକ ଘୋଷଣା କରାଯାଇଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆଉ ଏହାରି ଭିତରେ ତୁର୍କୀକୁ ସହାୟତାର ହାତ ବଢାଇଛି ଭାରତ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp