ତିନି ଜଣ ଯୁବତୀଙ୍କ ହୃଦୟ ଭାଙ୍ଗିଥିଲେ ଆଜେକ୍ସ ।

ଡିଜେ ଆଜେକ୍ସଙ୍କ ମୃତ୍ୟୁ ପରେ ସାରା ଓଡ଼ିଶାରେ ଚହଳ ସୃଷ୍ଟି ହୋଇଥିଲା । କାହିଁକି ଡିଜେ ଆଜେକ୍ସ ମୃତ୍ୟୁ ବରଣ କଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଆଉ ଏହା ପରେ ଆଜେକ୍ସଙ୍କ ମୃତ୍ୟୁ ପଛରେ ଆଜେକ୍ସଙ୍କ ବାନ୍ଧବୀ ଜିଜ୍ଞାସା ଓ ପ୍ରେମ ବେପାରକୁ ନେଇ ଆଜେକ୍ସ ମୃତ୍ୟୁ ବରଣ କରିଥିବା ଚାରି ଆଡେ଼ ଚର୍ଚ୍ଚା ହୋଇଥିଲା । କାରଣ ଯେତେବେଳେ ଆଜେକ୍ସଙ୍କ ମୃତ୍ୟୁ ପୂର୍ବର ଅଡିଓ ସାମ୍ନାକୁ ଆସିଥିଲା ସେତେବେଳେ ଆଜେକ୍ସଙ୍କ ସେଇ କେଇ ପଦ କଥା ହିଁ ସ୍ପଷ୍ଟ କରୁଥିଲା ତାଙ୍କ ମୃତ୍ୟୁ ପଛରେ କଣ ଥିଲା କାରଣ । ଆଉ ଏହା ପରେ ଜିଜ୍ଞାସା ଓ ଆଜେକ୍ସଙ୍କୁ ନେଇ ଗଣମାଧ୍ୟମ ଉଠିଲା ପଡ଼ିଲା । ହେଲେ ଦର୍ଶକ ବନ୍ଧୁ ବର୍ତ୍ତମାନ ଡିଜେ ଆଜେକ୍ସଙ୍କୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ଡିଜେ ଆଜେକ୍ସ ଥିଲେ ରଙ୍ଗୀଲା ! ଜଣେ ନୁହେଁ, ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ସେମାନଙ୍କ ସହିତ ରୋମାନ୍ସ କରୁଥିଲେ! ଏ ସମ୍ପର୍କରେ ଜାଣିବା ପରେ ତିନି ଯୁବତୀ ମିଶି ଖୋଲିଥିଲେ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌।ଏହି ତିନି ଜଣଙ୍କ ମଧ୍ୟରୁ ପୋଲିସ ଜଣଙ୍କୁ ପଚରା ଉଚରା କରୁଥିବା ବେଳେ ଆଉ ଦୁଇ ଜଣଙ୍କୁ ଖୁବ୍ ଶୀଘ୍ର ଜେରା କରାଯିବ ବୋଲି କହିଛି ପୋଲିସ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp