ତାମିଲନାଡୁରେ ବିଷାକ୍ତ ମଦ ନେଲା ୧୦ଜଣଙ୍କ ଜୀବନ,ମୁଖ୍ୟମନ୍ତ୍ରୀଙ୍କ କ୍ଷତିପୂରଣ ଘୋଷଣା |

ତାମିଲନାଡୁର ଭିଲୁପୁରାମ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୧୦ ମୃତ । ଅନେକ ହସପିଟାଲରେ ଭର୍ତ୍ତି । ମୃତକ ଏବଂ ଚିକିତ୍ସିତ ଲୋକଙ୍କୁ କ୍ଷତିପୂରଣ ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ।

ତାମିଲନାଡୁର ଭିଲୁପୁରାମ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଭିଲୁପୁରାମ ଜିଲ୍ଲାର ମାରାକାନାମ ନିକଟ ଏକକିରାକୁପ୍ପମର ରହୁଥିବା ୬ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ଥାନୀୟ ଅଧିକାରୀଙ୍କ କହିବାନୁଯାୟୀ, ଚେଙ୍ଗଲପଟଟୁ ଜିଲ୍ଲାର ମଧୂରଥଙ୍ଗମରେ ଶୁକ୍ରବାର ଦିନ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ରବିବାର ଦିନ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି । ଏହି ୪ଜଣଙ୍କର ମୃତ୍ୟୁ ବିଷାକ୍ତ ମଦ ପିଇ ହୋଇଛି । ବର୍ତ୍ତମାନ ୨୪ ଜଣରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି ।

ଏହି ଘଟଣା ପରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ କହିଛନ୍ତି ଯେ, ସମସ୍ତ ୧୦ ଜଣ ପୀଡିତ ବ୍ୟକ୍ତି ଇଥାନଲ-ମିଥାନୋଲ ପଦାର୍ଥ ସହିତ ମଦ୍ୟପାନ କରିଛନ୍ତି। ତେବେ ଉଭୟ ଜିଲ୍ଲାରେ ଦୁଇଟି ମଦ ପିଇବା ଘଟଣା ସାମ୍ନାକୁ ଆସିଛି। ବାନ୍ତି, ଆଖି ପୋଡିବା ଏବଂ ମୁଣ୍ଡ ବୁଲାଇବା ଅଭିଯୋଗରେ ଭିଲୁପୁରମ୍ ଜିଲ୍ଲାରେ ଛଅ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଅମରନକୁ ଗିରଫ କରିବା ସହିତ ବିଷାକ୍ତ ମଦ ଜବତ କରିଛି ପୋଲିସ ।

ସେହିପରି ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ପାଞ୍ଚ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ୪ ଜଣ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଛନ୍ତି। ଆଉ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ଏହି ଘଟଣାରେ ଅଭିଯୁକ୍ତ ଅମାବାସାଇଙ୍କୁ ଗିରଫ କରାଯାଇଛି। ଉଭୟ ଘଟଣାରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ଏହି ଘଟଣାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଏହି ମାମଲାରେ ଷ୍ଟାଲିନ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଲୋକେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp