ତାତିରେ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି |

ତାତିରେ ଜଳୁଛି ପଶ୍ଚିମ ଓଡ଼ିଶା ଏହି ସମୟରେ ତାତିରେ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ଆଉ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ତତଲା କଡ଼େଇରେ ଭାଜି ହେଉଛି ଉପକୂଳ ଜିଲ୍ଲା। ସେହିପରି ଆସନ୍ତାକାଲି ପାଇଁ ୧୩ ଜିଲ୍ଲା ଓ ୧୫ ତାରିଖ ପାଇଁ ୧୨ ଜିଲ୍ଲାକୁ ହିଟୱେଭ୍‌ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।ଭୟଙ୍କର ଗ୍ରୀଷ୍ମପ୍ରବାହ । ତାତିରେ ଛଟପଟ ସାରା ଓଡ଼ିଶା । ଜଳୁଛି ପଶ୍ଚିମ ଓଡ଼ିଶା । ତତଲା କଡ଼େଇରେ ଭାଜି ହେଉଛି ଉପକୂଳ । ସିଭିଅର ହିଟେଓ୍ଵଭ୍‌ ପାଇଁ ଆଜି ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୧୪ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ପାଇଁ ୧୩ ଜିଲ୍ଲା ଓ ୧୫ ତାରିଖ ପାଇଁ ୧୨ ଜିଲ୍ଲାକୁ ହିଟୱେଭ୍‌ ନେଇ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।

ଗତକାଲି ସମ୍ବଲପୁରରେ ତାତି ରେକର୍ଡ ଭାଙ୍ଗିଥିଲା। ସେଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଥିଲା। ସେହିପରି ୪୪.୩ଡିଗ୍ରୀ ଛୁଇଁଥିଲା ରାଜଧାନୀ ତାପମାତ୍ରା। ୭ ସହରରେ ୪୪ରୁ ୪୫ ଡିଗ୍ରୀ ଭିତରେ ରହିଥିଲା ପାରଦ । ୯ ସହରରେ ୪୨ରୁ ୪୪ ଡିଗ୍ରୀ ଭିତରେ ତାପମାତ୍ରା ରେକର୍ଡ କରାଯାଇଥିଲା। ୫ ଦିନ ଯାଏ ପ୍ରଚଣ୍ଡ ହେବ ଗ୍ରୀଷ୍ମ ପ୍ରବାହ । କିଛି ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବ । ୧୬ ତାରିଖ ଯାଏ ଗ୍ରୀଷ୍ମ ଲହରି ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp