ତାତିରୁ ମିଳିବନି ତ୍ରାହି
ପ୍ରଚଣ୍ଡ ଗରମ ଖରା ଓ ଗୁଳୁଗୁଳିରେ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି | ତାତିରୁ ମିଳିବନି ନିସ୍ତାର । ବାୟୁମଣ୍ଡଳରେ ଆଦ୍ରତା ଅଧିକ ଥିବା କାରଣରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଖରା ଓ ଗୁଳୁଗୁଳିରେ ପଶ୍ଚିମ ଓଡ଼ିଶାରେ ତାତି ଅନୁଭୂତ ହେଉଛି | ଉପକୂଳରେ ବି ତାତିରୁ ନିସ୍ତାର ନାହିଁ। ଗତକାଲି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୪ ସହରରେ ୪୪ ଡିଗ୍ରୀ ଉପରେ ଥିଲା ପାରଦ । ଅତ୍ୟଧିକ ଗରମ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂଜାରି କରାଯାଇଛି |ଉତ୍ତର ବିହାରରୁ ମଧ୍ୟ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଉତ୍ତର ଓଡଶା ଓ ଦକ୍ଷିଣ ଓଡିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୮ ତାରିଖ ଦିନ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷ। ସମ୍ଭାବନା ରହିଛି |