ତାଇୱାନ ସୀମାରେ ସେନା ମୂତୟନ କରୁଛି ଆମେରିକା।
ଗୋଟେପଟେ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସାରା ବିଶ୍ୱରେ ଚିନ୍ତା । ଅନ୍ୟପଟେ ଚୀନ-ତାଇୱାନ ତିକ୍ତତା ଭିତରେ ନୂଆ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି । କାରଣ ଖୁବଶୀଘ୍ର ତାଇୱାନ ସୀମା ନିକଟରେ ସୈନ୍ୟ ମୃତୟନ କରିବାକୁ ଯାଉଛି ଆମେରିକା । ମିଳିଥିବା ସୂଚନା ଅନୁସାରେ ଆମେରିକା ମରୀନ କପର୍ସ ୟୁନିଟ ତାଇୱାନ ସୀମା ନିକଟରେ ମୃତୟନ ହେବାକୁ ଯାଉଛି ।
ଏହି ୟୁନିଟ ମୁଖ୍ୟତଃ ଭାବେ ରିପୋର୍ଟ ଆଇଲ୍ୟାଣ୍ଡରେ ଲଢେଇ କରିବାରେ ସକ୍ଷମ ହୋଇଥାଏ । ସେପଟେ ଆମେରିକା ଏୟାରଫୋର୍ସର ବରିଷ୍ଠ ଅଧିକାରୀ ଏକଥାର ଆକଳନ କରିଛନ୍ତି କି ଦୁଇ ବର୍ଷର ତିକ୍ତତା ପରେ ଆଗକୁ ବଡ ଯୁଦ୍ଧ ହେବାକୁ ଯାଉଛି । ଯଦି ଆମେରିକା ପ୍ରକୃତରେ ଏହି ୟୁନିଟକୁ ମୃତୟନ କରେ ତେବେ ବେଜିଂ ଓ ୱାଶିଂଟନ ଭିତରେ ଯୁଦ୍ଧ ସମ୍ଭାବନା ରହିଛି । ସେପଟେ ଆମେରିକାର ଏହି ପଦକ୍ଷେପକୁ ନେଇ ଚିହିଁକି ଉଠିଛି ଚୀନ ।
ତାଇୱାନ ମାମଲାରେ ହସ୍ତକ୍ଷେପ ନକରିବା ପାଇଁ ଆମେରିକାକୁ ବାରମ୍ବାର ତାଗିଦ କରୁଛି ଚୀନ । ଆବଶ୍ୟକ ପଡିଲେ ଅଧିକମାତ୍ରାରେ ସେନା ସହ ଆମେରିକାକୁ ମୁକାବିଲା କରିବା ପାଇଁ ଚୀନ ପ୍ରସ୍ତୁତ ବୋଲି କହିଥିଲା । ୱାନ ଚୀନ ପଲିସିକୁ ଗମ୍ଭୀରତା ସହ ଗ୍ରହଣ କରିବାକୁ ଆମେରିକାକୁ ଅପିଲ କରିଛି ଚୀନ ।