ଢେଙ୍କାନାଳ ସହରରେ ସ୍କେଟିଂକୁ ନେଇ ଛାତ୍ରଛାତ୍ରୀ ଓ ଯୁବପିଢିଙ୍କ ମଧ୍ୟରେ ବଢୁଛି ଉତ୍ସାହ

ଢେଙ୍କାନାଳ ସହରରେ ମଧ୍ୟ ସ୍କେଟିଂକୁ ନେଇ ଛୋଟ ପିଲା ଓ ଯୁବ ପିଢିଙ୍କ ମଧ୍ୟରେ ବଢିଛି ଉତ୍ସାହ । ସଠିକ ଭିତ୍ତିଭୂମି ମିଳିଲେ ଜିଲ୍ଲା, ରାଜ୍ୟ ପାଇଁ ଏମାନେ ଆଣି ପାରିବେ ଗୌରବ । ସ୍କେଟିଂର ଇତିହାସ ପ୍ରାୟ ୫୦୦୦ ବର୍ଷ ପୁରୁଣା । ପୂର୍ବରୁ ବରଫାବୃତ୍ତ ଦେଶରେ ସ୍କେଟିଂ କୁ ମାଧ୍ୟମ କରି ଲୋକେ ସୁବିଧାରେ ଯାତାୟାତ କରୁଥିଲେ । ତେବେ ଆଧୁନିକ ସ୍କ୍କେଟିଂ ସପ୍ତଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା । ସମାୟାନୁକ୍ରମେ ଏଥିରେ ଅନେକ ପରିବର୍ତ୍ତନ ଆସିଛି । ଦୁଃଶାହାସିକ କ୍ରୀଡ଼ା କୌଶଳ ପ୍ରଦର୍ଶନରେ ଆଗ୍ରହୀ ଯୁବ ପିଢିଙ୍କ ପାଇଁ ଏହା ଏବେ ପାଲଟିଛି ସଉକ । ଢେଙ୍କାନାଳ ସହରରେ ମଧ୍ୟ ସ୍କେଟିଂକୁ ନେଇ ଛୋଟ ପିଲା ଓ ଯୁବ ପିଢିଙ୍କ ମଧ୍ୟରେ ବଢିଛି ଉତ୍ସାହ । ସଠିକ ଭିତ୍ତିଭୂମି ମିଳିଲେ ଜିଲ୍ଲା, ରାଜ୍ୟ ପାଇଁ ଆଣି ପାରିବେ ଗୌରବ ।

ଢେଙ୍କାନାଳର ଅଗ୍ରଣୀ କ୍ରୀଡ଼ା ଏକାଡେମୀ ଗୁରୁଦେବଜୀ ଗୁରୁକୁଳ ପକ୍ଷରୁ ୨୦୧୭ ମସିହାରୁ ସହରରେ ଆରମ୍ଭ ହୋଇଛି ସ୍କେଟିଂ ପ୍ରଶିକ୍ଷଣ । ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ମାଷ୍ଟର ଇଂ ସୋମ୍ୟବ୍ରତ ସାହୁ ତଥା ଢେଙ୍କାନାଳ ସ୍କେଟିଂ ଆସୋସିଏସନର ସମ୍ପାଦକ ପ୍ରଶିକ୍ଷଣ ଦେଉଛନ୍ତି । ବର୍ତମାନ ମୋଟ ୩୦ ଜଣ ସ୍କେଟର୍ସ ପ୍ରଶିକ୍ଷଣ ନେଉଛନ୍ତି । ସ୍କେଟିଂ ପାଇଁ ଦୁର୍ବଳ ଭିତ୍ତିଭୂମି ଥିଲେ ସୁଦ୍ଧା ପ୍ରଶିକ୍ଷଣ ଜାରି ରହିଛି । ୨୦୨୧ ରେ ପ୍ରତିଷ୍ଠିତ ସ୍ପୋଟସ କଂପ୍ଲେସ ରେ ଭିତ୍ତିଭୂମୀ ନ ଥାଇ ମଧ୍ୟ ପ୍ରଶିକ୍ଷଣ ଜାରି ରହିଛି । ୨୦୧୯ ମସିହାରେ ଅନୁଷ୍ଠାନ ପକ୍ଷରୁ ୨ ଜଣ ଖେଳାଳି ଛଡ଼ିଶଗଡ଼ ରେ ଅନୁଷ୍ଠିତ ହୋଇ ଯାଇଥିବା ଜାତୀୟ ପ୍ରତିଯୋଗିତା ରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ । ଏହି ଦୁଃସାହାସିକ କ୍ରିଡା ପ୍ରଥମେ ବର୍ଷ ତଳେ ୫ ଜଣ ଛାତ୍ର, ଛାତ୍ରୀ ମାନଙ୍କୁ ନେଇ ଆରମ୍ଭ ହୋଇ ଥିଲା । ଏବେ ଏହି କ୍ରିଡା ଅନୁଷ୍ଠାନରେ ଛୋଟରୁ ବଡ଼ ପର୍ଯ୍ୟନ୍ତ ୪୦ ଊର୍ଦ୍ଧ୍ବ ଛାତ୍ର, ଛାତ୍ରୀ ପ୍ରଶିକ୍ଷଣ ନେଉଛିନ୍ତି । ଏହି କ୍ରିଡା ବଡ଼, ବଡ଼ ସହର ମାନଙ୍କରେ ଶିକ୍ଷା ଦିଆ ଯାଇଥିବା ବେଳେ ଏବେ ଢ଼େଙ୍କାନାଳ ସହରରେ ସ୍କେଟିଙ୍ଗ ଖେଳର ଚାହିଦା ରହିଛି । ପ୍ରତିଦିନ ଛାତ୍ର, ଛାତ୍ର ମାନେ ପଡ଼ିଆରେ ଅଭ୍ୟାସ ଜାରି ରଖିଛନ୍ତି। ଏହା ସହିତ ଏହି କ୍ରିଡାରେ ରାଜ୍ୟରେ ସୁନାମ ଅର୍ଜନ କରିଛନ୍ତି ।

ଢେଙ୍କାନାଳ ସହରରେ ୨୦୧୭ ମସିହାରେ ଜିଲ୍ଲାପାଳ ଥିବା ଲିଖିଲ ପବନ କଲ୍ୟାଣ ଖେଳର ବିକାଶ ପାଇଁ ଭାଗିରଥି ସାଗର ନିକଟରେ ସ୍ପୋର୍ଟସ୍ କ୍ୟାମ୍ପସ୍ ନିର୍ମାଣ କରାଇ ଥିଲେ । ସେହି କ୍ୟାମ୍ପସ୍ ଭିତରେ ଟେନିସ୍, ବ୍ୟାଡ ମିଟନ , ସ୍କେଟିଙ୍ଗ ଗ୍ରାଉଣ୍ଡ ନିର୍ମାଣ ହୋଇ ଅଧାପନ୍ତରିଆ ହୋଇ ପଡ଼ିରହିଛି । ଯାହାକି ସିନ୍ଥେଟିକ କିମ୍ବା ଆକ୍ରେଲିକ ଫ୍ଳୋର ହେବାପାଇଁ ପ୍ରସ୍ତାବ ଥିବା ବେଳେ ମାତ୍ର ଏକ ପରସ୍ତ ପିଚୁ କରାଯାଇ ପଡ଼ିଆକୁ ଛାଡ଼ି ଦିଆଯାଇଛି । ଯାହା ଉଚିତ ମାନର କାର୍ଯ୍ୟ ହୋଇ ନ ଥିବାରୁ ତାହା ଫାଟ ଦେଖା ଦେଖାଦେଲାଣୀ ସେହି ଅଧାପନ୍ତରିଆ ପଡ଼ିଆରେ ପିଲାମାନେ ଅଭ୍ୟାସ କରୁଛନ୍ତ । ଏଠାରେ ଖେଳାଳୀ ମାନଙ୍କ ପାଇଁ ଶୌଚାଳୟ ପାନୀୟ ଜଳ ବ୍ୟବସ୍ଥା ଏଯାଏ ହୋଇ ପାରିନାହିଁ । ସ୍କେଟିଙ୍ଗ ଜୋନ ଟି ଘାସ ଓ ଅନାବନା ଗଛ ଲତାରେ ରିଙ୍ଗ ଉପରକୁ ମାଡ଼ି ଆସିଥିଲେ ମଧ୍ୟ କାହାରୀ ଦୃଷ୍ଟି ଗୋଚର ହେଉନାହିଁ । ବିଭିନ୍ନ ସମସ୍ୟା ମଧ୍ୟରେ ଢେଙ୍କାନାଳ ରୋଲର ସ୍କେଟିଙ୍ଗ ଆସୋସେ ସନ କ୍ରିଡ଼ା ସଂଗଠନ ପକ୍ଷରୁ ଇଂ ସୌମ୍ୟବ୍ରତ ସାହୁ ପ୍ରତ୍ୟେକ ଦିନ ଛାତ୍ର, ଛାତ୍ରୀ ମାନଙ୍କୁ ସେହି ସ୍କେଟିଙ୍ଗ ରିଙ୍କରେ ଶିକ୍ଷା ପ୍ରଦାନ କରୁଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରୀଡାକୁ ଗୁରୁତ୍ଵ ଦିଆଯାଉଥିବା ବେଳେ ଏଠି ଏହାର ବ୍ୟତିକ୍ରମ ଦେଖାଦେଇଛି ।

ଅନ୍ଯପଟେ ଖୋଲା ମେଲା ପଡିଆ ଓ ବିଦ୍ୟୁତ ନଥିବା କିମ୍ବା ଆଲୋକ ବ୍ୟବସ୍ଥା ନ ଥିବାରୁ ସଂନ୍ଧ୍ଯା ହେଲେ ଅସାମାଜିକ ଯୁବକ ମାନଙ୍କର ଆଡ଼ାସ୍ଥଳୀ ପାଲଟିଛି । ଏଣେ ତେଣେ ମଦ ବୋତଲ କାଚ ପଡ଼ି ଥିବାରୁ ଖେଳାଳୀ ମାନଙ୍କର ସମସ୍ୟା ଦେଖାଦେଉଛି । ଏହି ସ୍ପୋର୍ଟସ୍ କଂପ୍ଲେକ୍ସ ରେ ପ୍ରାୟ ୧ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଅଧା ପାଆନ୍ତରିଆ କାର୍ଯ୍ୟ ପାଇଁ ଟେନିସ, ବ୍ୟାଡମିଣ୍ଟନ୍ ଓ ସ୍କେଟିଂ ଖେଳାଳି ମାନଙ୍କ କାର୍ଯ୍ୟରେ ଲାଗିପାରୁନାହଁ। ତୁରନ୍ତ ଏହାକୁ ପୂର୍ଣ୍ଣାଙ୍ଗ କରାଯାଇ ପାରିଲେ ଖେଳାଳି ମାନେ ଉପକୃତ ହେବେ ବୋଲି ସଧାରଣରେ ମତପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp